ଏରେଣ୍ଡ୍ରାରେ ବିଶ୍ଵ ମହିଳା ଦିବସ ସମାବେଶ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ମହିଳା ମାନେ ବିଭିନ୍ନ ପ୍ରମୁଖ କ୍ଷେତ୍ରରେ ପାରଦର୍ଶିତା ହାସଲ କଲେଣି। ମହିଳା ମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ସହ ନାରୀ ଜାଗରଣ ଓ ଅଧିକାର ପ୍ରଦାନ ଦିଗରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ପ୍ରମୁଖ ଭୂମିକା ନେଇଛି। ତଥାପି ମହିଳାଙ୍କ ସାମୂହିକ ଅଭିବୃଦ୍ଧି ପାଇଁ ସମସ୍ତେ ଉଦ୍ୟମ କରିବାର ଆବଶ୍ୟକତା ରହିଛି ବୋଲି ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଏରେଣ୍ଡ୍ରା ଠାରେ ଅନୁଷ୍ଠିତ ବିଶ୍ଵ ମହିଳା ଦିବସ ସମାବେଶ ପାଳନ ଅବସରରେ ମତ ପ୍ରକାଶ ପାଇଛି। ଧର୍ମରାୟପୁର ସ୍ଥିତ ଶୁଭକାମନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଶ୍ୱର ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ପ୍ରତି ସମ୍ମାନ, ପ୍ରସଂଶା, ରାଜନୈତିକ ଓ ସାମାଜିକ ଉପଲବ୍ଧି ସହ ମହିଳା ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ ନେ଼ଇ ଆୟୋଜିତ ମହିଳା ସଶକ୍ତିକରଣ ସମାବେଶରେ ଅଞ୍ଚଳ ର ସ୍ଵୟଂ ସହାୟିକା ଗୋଷ୍ଠୀ ଓ ବିଭିନ୍ନ ବର୍ଗର ମହିଳା ମାନେ ଅଂଶଗ୍ରହଣ କରିଥଲେ। ଶୁଭକାମନା ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ମନୋଜ କୁମାର ରଥଙ୍କ ସଂଯୋଜନାରେ ଆୟୋଜିତ ମହିଳା ସମାବେଶରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ ଜିଲ୍ଲା ପରିଷଦ ସଭ୍ୟା ସୁଲତାରାଣୀ ସ୍ଵାଇଁ ବ୍ଲକ୍ ମହିଳା ବିଜେଡ଼ି ସଭାନେତ୍ରୀ ମମତା କୁମାରୀ ପ୍ରଧାନ ସରପଞ୍ଚ ଧୋବା ସ୍ୱାଇଁ କଙ୍କୋରଡ଼ା ସରପଞ୍ଚ ସୁମିତ୍ରା ସେଠି ରାମଚନ୍ଦ୍ରପୁର ସରପଞ୍ଚ ଅଳୟ ଦାସ ଟି ଗୋବିନ୍ଦପୁର ସମିତିସଭ୍ୟା ଉର୍ବି ଦଳେଇ ସିଙ୍ଗିପୁର ସରପଞ୍ଚ ପ୍ରତିନିଧି ଚନ୍ଦ୍ରଶେଖର ମହାପାତ୍ର ବିଜେଡ଼ି ନେତା ଅଶୋକ ବେହେରା ଡେଙ୍ଗାଡି ସରପଞ୍ଚ ଶିବରାମ ସ୍ଵାଇଁ ଟ୍ରଷ୍ଟ କାର୍ଯ୍ୟକର୍ତ୍ତା ଜଗନ୍ନାଥ ପଣ୍ଡା ପ୍ରମୁଖ ସାମ୍ପ୍ରତିକ ପରିସ୍ଥିତିରେ ମହିଳା ସଶକ୍ତିକରଣ ସମ୍ପର୍କରେ ଆଲୋଚନା କରିଥିଲେ। କର୍ମକ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଆଶା ଅଙ୍ଗନବାଡ଼ି କର୍ମୀ ଓ ସ୍ଵଂୟ ସହାୟିକା ଗୋଷ୍ଠୀ ମହିଳାଙ୍କୁ ସମାବେଶରେ ସମ୍ବର୍ଦ୍ଧିତ କରାଯାଇଥିଲା। ତେବେ ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ ଥିବା ଅତିଥି ମାନେ ସମାବେଶରେ ଅନୁପସ୍ଥିତ ଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ