ନିମପଲି ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଏନ୍ଏସି ଅନ୍ତର୍ଗତ ନିମପଲି ଗ୍ରାମରେ ଶନିବାର ଠାରୁ ମା’ ଗ୍ରାମଦେବତୀଙ୍କ ନୂତନ ପ୍ରାସାଦ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି।ଗ୍ରାମର ଶତାଧିକ ମହିଳା ମୌଳାଭଞ୍ଜା ନଦୀରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ପୂର୍ବକ ଗଙ୍ଗାଙ୍କୁ ଆବାହନ କରି କଳସରେ ଜଳ ପୂରଣ କରିବା ପରେ ଏକ ବିରାଟ ଶୋଭାଯାତ୍ରାରେ ଉତ୍ସବ ସ୍ଥଳରେ ପହଞ୍ଚିଥିଲେ।ଏହାପରେ ବନଯାଗ ଓ ଅଙ୍କୁରାରୋପଣ ବିଧି ଅନୁଷ୍ଠିତ ହୋଇଥିଲା।ରବିବାର ଦିନ ଶାଲା ସଂସ୍କାର, ବ୍ରାହ୍ମଣ ବରଣ, ସୂର୍ଯ୍ଯପୂଜା, ଅଗ୍ନିପୂଜା, ନାମଯଜ୍ଞ ଆଦି ଅନୁଷ୍ଠିତ ହେବାକୁ ଥିବାବେଳେ ସୋମବାର ଦିନ ଘୃତହୋମ, ପୂର୍ଣ୍ଣାହୂତୀ ଓ ଅନ୍ନଯଜ୍ଞ କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି।କାର୍ଯ୍ୟକ୍ରମକୁ ପଣ୍ଡିତ କେଶବ ନାରାୟଣ ଦାଶ ଏବଂ ଉମାକାନ୍ତ ଦାଶ ପରିଚାଳନା କରୁଥିବା ବେଳେ ଗ୍ରାମବାସୀ ସମସ୍ତ ସହଯୋଗ ଯୋଗାଇ ଦେଉଥିବା ଦେଖାଯାଇଛି।


