ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଜେଲ ଗଲେ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଖମାରିଗାଁ ପଞ୍ଚାୟତ ଅଧୀନସ୍ଥ ଏକ ଗ୍ରାମର ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ନୂଆଗାଁ ଥାନା ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ଜଣକ ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ପଞ୍ଚାୟତ ଅନ୍ତର୍ଗତ ତିତିଖଣ୍ଡି ଗ୍ରାମର ଡି. ନାଲେୟା ପାତ୍ର ବୋଲି ଜଣାପଡିଛି।ଶନିବାର ନୂଆଗାଁ ଥାନା କେଶ୍ ନମ୍ବର ୧୦୫/୨୩ ପ୍ରକାରେ ଯୁବକଙ୍କୁ ଦିଗପହଣ୍ଡି କୋର୍ଟ ଚାଲାଣ କରାଯିବା ପରେ ଜାମିନ ନାମଞ୍ଜୁର ହୋଇ ଜେଲ ହାଜତକୁ ପଠାଇ ଦିଆଯାଇଛି।ଅଭିଯୋଗ ପ୍ରକାରେ ଯୁବତୀଙ୍କ ମାମୁଁଙ୍କ ଘର କାମ ଚାଲିଥିବା ବେଳେ ଅଭିଯୁକ୍ତ ଯୁବକ ଜଣକ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲା।ଯୁବତୀ ଜଣକ ବିଭିନ୍ନ ସମୟରେ କାର୍ଯ୍ଯରତ ଶ୍ରମିକ ମାନଙ୍କ ପାଇଁ ଚାହା ପାଣି ଆଦି ଯୋଗାଇ ଦେଉଥିଲେ।ଅଭିଯୁକ୍ତ ଯୁବକ ଜଣକ ପ୍ରଥମେ ଯୁବତୀଙ୍କ ମାମୁଁଙ୍କ ଘରେ ଦୁଷ୍କର୍ମ କରିବା ସହ ପରେ ବିବାହ ପ୍ରଲୋଭନ ଦେଖାଇ ବାରମ୍ବାର ଦୁଷ୍କର୍ମ କରିଥିଲେ।ଯୁବତୀ ଜଣକ ବିବାହ କଥା ପଚାରିଲେ ସେ ହତ୍ୟା ଧମକ ମଧ୍ୟ ଦେଇଥିବାରୁ ଯୁବତୀ ଜଣକ ଚୁପ୍ ରହିବାକୁ ବାଧ୍ୟ ହୋଇଥିଲେ।ନିକଟରେ ଯୁବତୀଙ୍କ ଦେହ ଖରାପ ହେବାରୁ ତାଙ୍କୁ ମେଡିକାଲ ନିଆଯାଇ ପରୀକ୍ଷା ନୀରିକ୍ଷା କରାଯାଇଥିଲା।ସେତେବେଳେ ସେ ଅନ୍ତଃସତ୍ତ୍ବା ଥିବା ପରିବାର ଲୋକେ ଜାଣିବା ପରେ ସମସ୍ତ ଘଟଣା ଜଣା ପଡିଥିଲା।ପରେ ପୀଡିତା ଯୁବତୀ ଜଣକ ପୋଲିସର ସହାୟତା ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ