ସୁର୍ଯ୍ୟ ଇନିସିଚୁ୍ୟଟ ମେଡିକାଲ ସାଇନସ ଓ ସୁବାସ ଚନ୍ଦ୍ର ଯୁକ୍ତ ୨ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଓରାଳିଠାରେ ଥିବା ସୂର୍ଯ୍ୟ ଇନିସିଚୁ୍ୟଟ ମେଡିକାଲ ସାଇନସ ଓ ସୁବାସ ଚନ୍ଦ୍ର ଯୁକ୍ତ୨ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ସୁବ୍ରତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବନ୍ତ କଲେଜର ପୁର୍ବତନ ଅଧ୍ୟକ୍ଷ ଡ. ଶଭେନ୍ଦ୍ର କୁମାର ମିଶ୍ର, ମୁଖ୍ୟ ବକ୍ତାଭାବେ ଅମୃତ ଦର୍ଶନ ଓ ଭଲଖବରର ର ମୁଖ୍ୟ ସମ୍ପାଦକ ତଥା ବିଶିଷ୍ଟ ପ୍ରବଚକ ସଂଗ୍ରାମ ଆଚାର୍ଯ୍ୟ, ସମ୍ମାନୀତ ଅତିଥି ଭାବେ ସେଣ୍ଟ ଜାଭିୟର ହାଇସ୍କୁଲ ଚଣ୍ଡୀବିରଞ୍ଚିପୁରର ପ୍ରତିଷ୍ଠାତା ଉଦୟନାଥ କର, ସୁବାସଚନ୍ଦ୍ର ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୁଖ୍ୟ ପରାମର୍ଶଦାତା ସଞ୍ଜୟ କୁମାର ପଟ୍ଟନାୟକ, ସୁବାସଚନ୍ଦ୍ର ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଟ୍ରଷ୍ଟି ବିରଞ୍ଚି ନାରାୟଣ ଦାସ ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ମାନଙ୍କରେ ମୁଲ୍ୟବୋଧ ଭିତ୍ତିକ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟ ବକ୍ତା ସଂଗ୍ରାମ ଆଚାର୍ଯ୍ୟ ଆଜି ଦିନରେ ଅଭିଭାବକ ମାନେ ନିଜ ନିଜ ଛୁଆ ମାନଙ୍କୁ ଖାଲି ପାଠ ପଢାଇ ଆଇ.ଏ.ଏସ, ଓ.ଏସ ଚାକିରି ପଛରେ ନଦୌଡି ସେମାନଙ୍କୁ ମାନବିକ ମୁଲ୍ୟବୋଧ ଭିତ୍ତିକ ଶିକ୍ଷା ଦ୍ୱାରା ସମାଜରେ ଜଣେ ଉତ୍ତମ ମଣିଷ ଭାବେ ଗଢ଼ି ତୋଳିବାକୁ ପରାମର୍ଶ ଦେଇଥିଲେ । ତାଙ୍କ ଅଭିଭାଷଣରେ ସେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବାବେଳେ କୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ଅଧ୍ୟକ୍ଷ ଚିନ୍ମୟ ଦାସ, ପ୍ରଶାସନିକ ଅଧିକାରୀ ବିଶ୍ୱନାଥ ଜେନା ପୁରସ୍କୃତ କରିଥିଲେ । ସଞ୍ଜୟ ମଜମୁଦାନର କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଏସବିସିଟି ର ଚେୟାରମ୍ୟାନ ରାମକୃଷ୍ଣ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । କ୍ଷୀରୋଦ ଓଝା, ସଞ୍ଜୟ କୁମାର ଦାସ, ଶାନ୍ତି ସ୍ୱାଗତିକା ସେଇ, ପ୍ରମୋଦିନୀ ରାଉତ, ଜ୍ୟୋତିର୍ମୟୀ ପଣ୍ଡା, ଭାଗ୍ୟଲକ୍ଷ୍ମୀ ଜେନା, ଶୁଭସ୍ମିତା ଜେନା, ଶ୍ରଦ୍ଧାଞ୍ଜଳୀ ଜେନା, ବଳରାମ ସା, ମୁନା ପରିଡା, ଭାନୁମତୀ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ