ନାହିଁ ନାହିଁରେ ଚାଲିଛି ସାନଖେମୁଣ୍ଡି ଶିକ୍ଷା ବିଭାଗ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ଗୋଷ୍ଠି ଶିକ୍ଷାଧିକାରି ଙ୍କ କାର୍ଯ୍ୟାଳୟ ଏବେ ଭୂତ କୋଠୀ ପାଲଟିଛି।ଅଫିସର ମରୁଡ଼ି କାର୍ଯ୍ୟଳୟ ଖାଁ ଖାଁ କିଏ କେତେବେଳେ ଆସୁଛନ୍ତି ତ ନହେଲେ ନାହିଁ। କାର୍ଯ୍ୟାଳୟ ଯଦି ଏଭଳି ଚାଲୁଛି ଗ୍ରାମାଞ୍ଚଳ ରେ ବିଦ୍ୟାଳୟ ଗୁଡ଼ିକ କିପରି ଚାଲୁଥିବ ଏଥିରୁ ଅନୁମେୟ କରାଯାଇପାରିବ । ସାନଖେମୁଣ୍ଡି ବ୍ଲକ ଗୋଷ୍ଠି ଶିକ୍ଷାଧିକାରୀ ପଦବୀ ଦୀର୍ଘ ବର୍ଷ ଧରି ଖାଲି ରହିଥିବା ବେଳେ ଦିଗପହଣ୍ଡି ବ୍ଲକ ଗୋଷ୍ଠି ଶିକ୍ଷାଧିକାରୀ କୁରେଶୁ ସେଠୀ ଏକାଧିକ ବ୍ଲକ ସମ୍ଭାଳୁଛନ୍ତି। ସାନଖେମୁଣ୍ଡି, ଧାରାକୋଟ ବ୍ଲକ ଏବଂ ସାନଖେମୁଣ୍ଡି ବ୍ଲକ ର କଙ୍କୋରଡ଼ା ହାଇସ୍କୁଲ ଓ ଦିଗପହଣ୍ଡି ବ୍ଲକ ର ଦୁଇଟି ହାଇସ୍କୁଲ ରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି । ବି ଈ ଓ ଙ୍କ ଏକାଧିକ ଦାୟୀତ୍ବ ଦେବା ଫଳରେ ବିଦ୍ୟାଳୟ ଏବଂ କାର୍ଯ୍ୟାଳୟ ପରିଚାଳନାଗତ ତ୍ରୁଟି ହେଉଥିବା ଅଭିଯୋଗ ଶୁଣିବାକୁ ମିଳିଛି।ଶିକ୍ଷକ ମାନେ ଠିକ ସମୟରେ ସ୍କୁଲରେ ପହଞ୍ଚୂନାହାନ୍ତି।ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷକ ମାନେ ପାଳି କରି ସ୍କୁଲକୁ ଯାଉଥିବା ଜଣାପଡ଼ିଛି। ଅଫିସର ଜଣଙ୍କ ଛୁଟି ଦରଖାସ୍ତ ନଦେଇ ମାସ ମାସ ଧରି କାର୍ଯ୍ୟାଳୟକୁ ଆସୁନଥିବା ବେଳେ ପୁଅ ଆସି ଉପସ୍ଥିତ ରେଜିଷ୍ଟର ରେ ଦସ୍ତଖତ କରିଥିବା ଅଭିଯୋଗ ହେଉଥିବା ଶୁଣିବାକୁ ମିଳିଛି। ଶିକ୍ଷକ ମାନେ ଅବସର ନେବାପରେ ପେନସନ ପାଇଁ ଆବେଦନ କରି ଦୌଡ଼ି ଦୌଡ଼ି ଥକିପଡ଼ିଲେଣି କିନ୍ତୁ କୌଣସି କାମ ହେଉନାହିଁ।ପୂର୍ବତନ ବି ଇ ଓ ଏଠାରୁ ଅବସର ନେବାପରେ ସେ ମଧ୍ୟ ଦୌଡୁଛନ୍ତି ତାଙ୍କ କଥା କେହି ବୁଝୁନାହାନ୍ତି। ଅବ୍ୟବସ୍ଥା ରେ ଚାଲିଛି କାର୍ଯ୍ୟାଳୟ। ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରାନ୍ଧିବା ପାଇଁ ୪ ମାସ ହେଲା ଚାଉଳ ଯୋଗାଣ ହୋଇନାହିଁ। ଶିକ୍ଷକ ମାନେ ଚାଉଳ ଅଙ୍ଗନବାଡି,ଏବଂ ସରକାର ଦେଉଥିବା ଟଙ୍କିକିଆ ଚାଉଳ ଉଦ୍ଧାର ରେ ଆଣି ମଧ୍ୟାହ୍ନ ଭୋଜନ ରାନ୍ଧି ପିଲାଙ୍କୁ ଦେଉଛନ୍ତି। ଦୀର୍ଘ୬ ମାସ ହେଲା ଅନୁଦାନ ଆସିନଥିବା ଯୋଗୁଁ ବାକିରେ ଚାଲିଛି ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ । । ମଧ୍ୟାହ୍ନ ଭୋଜନ ପାଇଁ ରାସନ ସହିତ ପରିବା ଓ ଅଣ୍ଡା ଉଧାର ଦେବାକୁ ଦୋକାନୀ ଅମଙ୍ଗ ହେଉଛନ୍ତି। ଏ ସବୁ ଅବ୍ୟବସ୍ଥା ଭିତରେ ଶିକ୍ଷକ ଓ ଏସଏଚ୍ଜି ଗ୍ରୁପ ମାନେ ପେଶି ହେଉଛନ୍ତି । ରାସନ୍ ଅଣ୍ଡା କିଣିବାକୁ ଟଙ୍କା ନଥିବାରୁ ମଧ୍ୟାହ୍ନ ଭୋଜନରେ ବ୍ୟତିକ୍ରମ ଦେଇଛି ।ଯାହା ଫଳରେ ମଧ୍ୟାହ୍ନ ଭୋଜନରେ କେଉଁଠି କେଉଁଠି ଫାଳେ ଅଣ୍ଡା ତ ପାଣିଆ ପାଣିଆ ଡାଲମା,ତରକାରୀ ମିଳୁଥିବା ଅଭିଯୋଗ ହେଉଥିବା ଶୁଣିବାକୁ ମିଳିଛି। ସାନଖେମୁଣ୍ଡି ବ୍ଲକ ଗୋଷ୍ଠି ଶିକ୍ଷାଧିକାରୀ ଙ୍କ ଅଧୀନରେ ୧୬୦ ବିଦ୍ୟାଳୟ ରହିଥିବା ବେଳେ ଶିକ୍ଷକ ୫୦୭ ଜଣ ଅଛନ୍ତି। ସେମାନଙ୍କ ଦରମା ସମସ୍ୟା ସ୍କୁଲ ପରିଚାଳନା ପରିଦର୍ଶନ କରିବା ଜଣେ ବି ଇ ଓ ଙ୍କ ଆବଶ୍ୟକ ରହିଥିବା ବେଳେ ୩ ଟି ବ୍ଲକ ଏବଂ ୩ ଟି ହାଇସ୍କୁଲ ପ୍ରଧାନ ଶିକ୍ଷକ ଭାବେ କିଭଳି କାର୍ଯ୍ୟ ତୁଲାଉଛନ୍ତି ଏବେ ଶିକ୍ଷା ବିଭାଗ ପ୍ରତି ପ୍ରଶ୍ନ ଉଠିଛି। ଏନେଇ ଶିକ୍ଷାଧିକାରୀ ଙ୍କୁ ପଚାରିବାରୁ ସେ କହିଲେ ୩ଟି ବ୍ଲକ ମଧ୍ୟରୁ ଧରାକୋଟ ବ୍ଲକ୍ ଅଳ୍ପ ଦିନ ହେଲା ଦାୟୀତ୍ବ ଛାଡ଼ିଛି ।ବର୍ତ୍ତମାନ ଦିଗପହଣ୍ଡି ସହ ସାନଖେମୁଣ୍ଡି ବ୍ଲକ ଦାୟୀତ୍ବ ରହିଛି। ସମସ୍ୟା ଅନେକ ଅଛି। କିନ୍ତୁ ମୁଁ ଏକା କଣ କରିବି ସ୍କୁଲ ପରିଦର୍ଶନରେ ଜାଇପାରୁନାହିଁ। ଗୋଟିଏ ବ୍ଲକ କୁ ଯାଇଥିବି ଅନ୍ୟ ବ୍ଲକ୍ ରୁ ଶିକ୍ଷକ ମାନେ ଫାଇଲ ଧରି ଦସ୍ତଖତ ପାଇଁ ୪୦ରୁ୫୦ କି ମି ଆସୁଛନ୍ତି। କାର୍ଯ୍ୟାଳୟ ସମସ୍ୟା ଉପରେ ସେ କହିଲେ ତଦନ୍ତ କରିବେ। ମଧ୍ୟାହ୍ନ ଭୋଜନ ଚାଉଳ କେତେକ ସ୍କୁଲକୁ ଦିଆଗଲାଣି ଅଳ୍ପ ଦିନ ମଧ୍ୟରେ ଶେଷ ହେବ। ଶିକ୍ଷା ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ନିୟମିତ ଭାବେ ବି ଇ ଓ ନିଯୁକ୍ତି କରନ୍ତି ତାହାହେଲେ ସମସ୍ତ ସମସ୍ୟା ଦୂର ହୋଇପାରିବ ବୋଲି ବୁଦ୍ଧି ଜିବୀ ମହଲରେ ମତ ପ୍ରକାଶପାଇଛି।