ମୈାସୁମୀ ସାହିତ୍ୟ ପରିଷଦର ବସନ୍ତ କବିତା ଆସର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ପ୍ରମୁଖ ସାହିତ୍ୟ ସଂଗଠନ ମୈାସୁମୀ ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ ବସନ୍ତ ଋତୁ ଆଗମନ ଉପଲକ୍ଷେ ଏକ କବିତା ଆସର ଓ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ସଞ୍ଜିବନୀ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ପ୍ରଫେସର ନନ୍ଦ କିଶୋର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବେଶରେ ସମ୍ପାଦକ କବି ଡକ୍ଟର ଶ୍ରୀଧର ସାମଲ ସଭାର ଉଦେଶ୍ୟ ଜ୍ଞାପନ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରାୟ ୩୦ଜଣରୁ ଉର୍ଦ୍ଧ୍ୱ କବି ସେମାନଙ୍କର ସ୍ୱରଚିତ କବିତା ପାଠ କରିଥିଲେ । ଅତିଥି ଭାବରେ ସତୀର୍ଥର ସମ୍ପାଦକ ମନ୍ମଥ ବରାଳ, ପଲକ ପତ୍ରିକାର ସମ୍ପାଦକ ଶଶିକାନ୍ତ ଦାସ, ଆମ ଗାଁ ସାହିତ୍ୟ ପରିଷଦ ସମ୍ପାଦକ ସ୍ୱପ୍ନାଂଶୁ ଦାସ, ବାୟାବାବା ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ. ସୁଧାଂଶୁ ଦ୍ୱିବେଦୀ ପ୍ରମୁଖ ଯୋଗଦେଇ ସାହିତ୍ୟର ବିଭିନ୍ନ ଦିଗ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । କବି ତଥା ମୈାସୁମୀ ପତ୍ରିକାର ସୈାଜନ୍ୟ ସମ୍ପାଦକ ପ୍ରେମାନନ୍ଦ ଖଣ୍ଡୁଆଳ କବିତା ଆସରକୁ ସଂଯୋଜନା କରିଥିବା ବେଳେ କବି ଡଃ. ନଳିନୀ ବେହେରା କବିତା ଗୁଡିକୁ ସମୀକ୍ଷା କରିଥିଲେ । ଏହି ସାହିତ୍ୟ ଆସରରେ କବି ଅଜୟ କୁମାର ପାତ୍ର ଓ ରଞ୍ଜନ ବାଇଙ୍କୁ ସମ୍ବର୍ଦ୍ଧିର୍ିତ କରାଯାଇଥିଲା । ସଭାରେ କବି ଭରତ କୁମାର ଜେନା, ସ୍ୱର୍ଣ୍ଣମୟୀ ଷଡଙ୍ଗୀ, ଗୋଲାପ ରାଉତ, ସଞ୍ଜୟ କୁମାର ମଲ୍ଲିକ, ଅମର ପ୍ରସାଦ ରାଉତ, ଶ୍ରୀଧର ଭୋଳ, ଶ୍ରୀଧର ମହାନ୍ତି, ଅପର୍ତ୍ତୀ ସେଠୀ, ଶରତ କୁମାର ରାଉତ, ରାମକୃଷ୍ଣ ଦାଶ, ତ୍ରିଲୋଚନ ଜେନା, ଭୀମସେନ ପ୍ରଧାନ, ଗଗନବିହାରୀ ଜେନା, ମନୋଜ କୁମାର ଶତପଥୀ ପ୍ରମୁଖ ବହୁ କବି ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ କବି ପ୍ରେମାନନ୍ଦ ଖଣ୍ଡୁଆଳ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ