ସିପିଆଇ ର ବଡ଼ଖେମୁଣ୍ଡି ଆଞ୍ଚଳିକ କମିଟି ସମ୍ମିଳନୀ   

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଜକରାପଲ୍ଲୀ ଗ୍ରାମ ନିକଟ ମାଁ କୁରେଇଶୁଣି ମନ୍ଦିର ପରିସରରେ ଗୁରୁବାର ସିପିଆଇ ବଡ଼ଖେମୁଣ୍ଡି ଆଞ୍ଚଳିକ କମିଟି ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ସିପିଆଇ ଜୋନାଲ କମିଟି ସମ୍ପାଦକ କିଶୋର ଶତପଥୀ ଏବଂ ଦଣ୍ଡପାଣି ସାହୁ ଙ୍କ ମିଳିତ ସଂଯୋଜନାରେ  ଆୟୋଜିତ ସମ୍ମିଳନୀ ରେ ସିପିଆଇ ଗଞ୍ଜାମ ଜିଲା କମିଟି ସମ୍ପାଦକ ପ୍ରକାଶ ପାତ୍ର,ଶ୍ରମିକ ସଂଗଠନ ଅଖିଳ ଭାରତ ଟ୍ରେଡ୍ ୟୁନିୟନ କଂଗ୍ରେସ ଏଆଇଟିୟୁସି ର ଗଞ୍ଜାମ ଜିଲା ସମ୍ପାଦକ ଅଳକ ନାଥ ମିଶ୍ର ଅତିଥି ଭାବେ ଯୋଗଦେଇଥିଲେ। ଦେଶ,ରାଜ୍ୟ ତଥା ଆନ୍ତର୍ଜାତୀୟ ରାଜନୈତିକ ପରିସ୍ଥିତି,ଅର୍ଥନୈତିକ ପରିସ୍ଥିତି ଏବଂ ଲୋକଙ୍କ ସାମାଜିକ ସ୍ଥିତି ସମ୍ପର୍କରେ ସିପିଆଇ ଜିଲା ସମ୍ପାଦକ ଉଦବୋଧନ ଦେଇଥିଲେ।ବେକାରୀ ସମସ୍ୟାର ସ୍ଥାୟୀ ସମାଧାନ।ବେକାରୀ ଙ୍କୁ ନିଯୁକ୍ତି ନଚେତ ବେକାରୀ ଭତ୍ତା ପ୍ରଦାନ।ଦାଦନ ଶ୍ରମିକ ମାନଙ୍କୁ ସରକାରୀ ଭାବେ ଚିହ୍ନଟ କରାଯିବା।ସମସ୍ତ ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା କରାଯିବା।କ୍ଷୁଦ୍ର ମଧ୍ୟମ ଜଳସେଚନ ପ୍ରକଳ୍ପ ଗୁଡ଼ିକୁ ପୁନଃରୁଦ୍ଧାର କରାଯାଇ କେନାଲ ଜରିଆରେ ଚାଷ ଜମି ଗୁଡ଼ିକୁ ଜଳସେଚନ କରାଯିବା।ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମିକ ମାନଙ୍କୁ ୨ ଶହ ଦିନ କାମ ଯୋଗାଇ ଦେବା।ଭାଗଚାଷୀ ଆଇନ କୁ ତୁରନ୍ତ କାର୍ଯ୍ୟକାରୀ କରାଯିବା।ଜାଳେଣି ଗ୍ୟାସ, ପେଟ୍ରୋଲ, ଡିଜେଲ, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଓ ଜରୁରୀ କାଳୀନ ଔଷଧ ର ଦରଦାମ ବୃଦ୍ଧି ବନ୍ଦ କରାଯିବା।କୃଷକଙ୍କ ସମସ୍ତ ଉତ୍ପାଦିତ ଧାନ କୁ ମଣ୍ଡି ଜରିଆରେ କ୍ରୟ କରାଯିବା।ସମସ୍ତ ବାର୍ଦ୍ଧକ୍ୟ ଏବଂ ବିଧବା ଙ୍କୁ ଭତ୍ତା ପ୍ରଦାନ କରାଯିବା ନେଇ ସମ୍ମିଳନୀରେ ସବିଶେଷ ଆଲୋଚନା କରାଯାଇଥିଲା। ସମ୍ମିଳନୀ ରେ ସାଙ୍ଗଠନିକ ଅଭିବୃଦ୍ଧି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।ଛାତ୍ର,ଯୁବ,ମହିଳା, କ୍ଷେତ ମଜଦୂର ଓ ନିର୍ମାଣ ଶ୍ରମିକ ସଂଗଠନ ଗୁଡ଼ିକୁ ଅଧିକ କ୍ରିୟାଶୀଳ ନିମନ୍ତେ ଆଗତ ପ୍ରସ୍ତାବ କୁ ସମ୍ମିଳନୀରେ ବିଧିବଦ୍ଧ ଭାବେ ଗୃହୀତ କରାଯାଇଥିଲା।ଲୋକନାଥ ବିଷୋୟୀ,ମୂଷା ବେହେରା,ଦୀନବନ୍ଧୁ ଦୈତାର ରେଡ୍ଡୀ,ପ୍ରକାଶ ସେଠୀ,ରମେଶ ଭୁଁ ୟା,ପର୍ଶୁରାମ ବିଷୋୟୀ,ଗୌରାଙ୍ଗ ବେହେରା ପ୍ରମୁଖ ବିଭିନ୍ନ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ