ବିଶ୍ଵ ଗ୍ରାହକ ଅଧିକାର ସୁରକ୍ଷା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ରଣଦେଇ ଗ୍ରାମ ଠାରେ ଗଜପତି ଜିଲ୍ଲା ଗ୍ରାହକ ଅଧିକାର ସୁରକ୍ଷା କମିଟି ପକ୍ଷରୁ “ବିଶ୍ଵ ଗ୍ରାହକ ଅଧିକାର ସୁରକ୍ଷା ଦିବସ” ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା କମିଟିର କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମତୀ ତନୁଜା ଭୁକ୍ତାଙ୍କ ସଭାପତିତ୍ବରେ ଏକ ଗ୍ରାହକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀ ରକମ୍ ଲୋକନାଥ , ଶ୍ରୀ ବି: ଚଳପତି ରାଓ , ଶ୍ରୀ ଗୋପାଳ ରାଓ ଓ ଶ୍ରୀ ପି: ତ୍ରିନାଥ ପ୍ରମୁଖ ଯୋଗ ଦେଇ ମୁଖ୍ୟତଃ ଖାଉଟି ମାନଙ୍କ ଛଅ ଗୋଟି ମୌଳିକ ଅଧିକାର ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହ ସେହି ମୌଳିକ ଅଧିକାର ଗୁଡିକରୁ ଗ୍ରାହକ ମାନେ ଯେଭଳି ବଞ୍ଚିତ ନ ହେବେ ,ସେ ଦିଗରେ ବିଭିନ୍ନ ସମୟରେ ଖାଉଟି ସଚେତନତା କାର୍ଯ୍ୟକ୍ରମ ମାନ କରା ଯାଉଥିବା ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ ।ଖାଉଟି ମାନଙ୍କ କେତେକ ନ୍ୟାଯ୍ୟ ଦାବୀ ସବୁକୁ ଅଣଦେଖା କରକ୍ଷ ଯାଉଥିବା ଯୋଗୁଁ ସେ ଦିଗରେ ଉଚିତ୍ ପଦକ୍ଷେପ ନେଇ ସମସ୍ୟାର ସମାଧାନ କରିବା ପାଇଁ ଜିଲ୍ଲା କମିଟି ପକ୍ଷରୁ ସରକାରଙ୍କୁ ସ୍ମାରକପତ୍ର ଦିଆ ଯାଇଥିବା ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସେଥି ମଧ୍ୟରୁ କେତେକ ସମାଧାନ ହୋଇଥିବା କହିଥିଲେ ।ଶେଷରେ ଉପସ୍ଥିତ ସମସ୍ତଙ୍କୁ ଜିଲ୍ଲା କମିଟିର ଶ୍ରୀ କେ: ବାଲକ୍ରିଷ୍ଣା ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କମିଟିର ସଦସ୍ୟ ଗଣ ଯଥା:- ଶ୍ରୀ ବାଙ୍ଗାରାୟ , ଶ୍ରୀ ଲିଙ୍ଗରାଜ , ଶ୍ରୀ ବୁଡୁ , ଶ୍ରୀ କାମେଶ ଏବଂ ଶ୍ରୀ ଆପନ୍ନା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ