କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗରେ ବିଶ୍ୱ ଗ୍ରାହକ ଅଧିକାର ଦିବସ ପାଳିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ପକ୍ଷରୁ ବିଶ୍ୱ ଗ୍ରାହକ ଅଧିକାର ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଖଡଗପୁରସ୍ଥିତ ଭାରତୀୟ ଔଦ୍ୟୋଗିକ ପ୍ରତିଷ୍ଠାନର ବରିଷ୍ଠ ଅନୁସନ୍ଧାନକ ସୂର୍ଯ୍ୟକାନ୍ତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଗ୍ରାହକ ଅଧିକାର ସମ୍ପର୍କରେ ବାର୍ତ୍ତା ପ୍ରଦାନ କରିଥିଲେ । ଚଳିତବର୍ଷର ବିଷୟବସ୍ତୁ “ସ୍ୱଛ ଶକ୍ତି ପରିବର୍ତ୍ତନ ମାଧ୍ୟମରେ ଗ୍ରାହକଙ୍କୁ ସଶକ୍ତ କରିବା” ସମ୍ପର୍କରେ ମଧ୍ୟ ନିଦର୍ଶନ ପ୍ରଦାନ କରିଥିଲେ । ଅଧ୍ୟାପକ ବିକାଶ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବାଣିଜ୍ୟ ବିଭାଗ ମୁଖ୍ୟ ଅଧ୍ୟାପକ ଡଃ. ଜ୍ଞାନରଞ୍ଜନ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଷୟବସ୍ତୁ ସମ୍ପର୍କରେ ଅଧ୍ୟାପକ ଡଃ. ସୁରେଶ ଚନ୍ଦ୍ର ଦାସ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଏହି ସଭାରେ ଅଧ୍ୟାପିକା ୱାଇ. ପଦ୍ମାବତୀଙ୍କ ସମେତ +୩ ୨ୟବର୍ଷ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଶେଷରେ ଅଧ୍ୟାପକ ମନୋଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।