ନୂଆ ପ୍ରି ସ୍କୁଲ ‘ୟୁରୋ କିଡସ’ଉଦଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା):ସହରର ଓଟିରୋଡ଼ ପାଶ୍ୱର୍ ଅଶୋକା ଷ୍ଟେଟସ ପ୍ରଥମ ମହଲାରେ ପ୍ରି ସ୍କୁଲ ‘ୟୁରୋ କିଡସ’ ଶୁକ୍ରବାର ଉଦଘାଟିତ ହୋଇଯାଇଛି । ବାଲେଶ୍ୱର ଏସପି ସାଗରିକା ନାଥ ମୁଖ୍ୟ ଅତିଥି ଭାବେ ଏହି ସ୍କୁଲକୁ ଉଦଘାଟନ କରିବା ସହିତ କୁନି କୁନି ପିଲାଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ଧାରାକୁ ଆଗେଇ ନେବ ବୋଲି ଆଶା ପ୍ରକାଶ କରିଥିଲେ । ପୌରାଧ୍ୟକ୍ଷା ସବିତା ସାହୁ ଓ ସମାଜସେବୀ ଭାଗବତ ସାହୁ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ଏହିଭଳି ପ୍ରିସ୍କୁଲର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ବିଶେଷ କରି କର୍ମଜୀବୀ ଦମ୍ପତିଙ୍କ ପିଲାଙ୍କ ପାଠପଢ଼ାଠାରୁ ଆରମ୍ଭ କରି ମନୋରଂଜନ ପର୍ଯ୍ୟନ୍ତ ଏହିଭଳି ଅନୁଷ୍ଠାନଙ୍କର ଗୁରୁ ଦାୟିତ ବୋଲି ସେମାନେ କହିଥିଲେ । ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ସଂଧ୍ୟା ସାହା ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ବିଦ୍ୟାଳୟର ଶିକ୍ଷାଦାନ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଚେୟାରମ୍ୟାନ ଅଶୋକ ସାହା ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ସ୍କୁଲର ଅଧ୍ୟକ୍ଷା ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶିକା ଦୀପଶିଖା ସାହା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


