ହତ୍ୟାକାରୀକୁ ଗିରଫ୍ କରିବା ଦାବି ନେଇ ଗଞ୍ଜାମ ଏସପିଙ୍କୁ ଭେଟିଲେ ବାଉରୀ ଖଦାଳ ସମାଜ ବିକାଶ ମଞ୍ଚର କର୍ମକର୍ତ୍ତା

ଛତ୍ରପୁର, (ଦେବଦତ୍ତ ମହାରଣା):ଗତ ଜାନୁଆରୀ ମାସ ୨୯ ତାରିଖ ଦିନ ବେଗୁନିଆପଡା ଥାନା ଅନ୍ତର୍ଗତ ଅଙ୍ଗାର ଗାଁ ରେ ଗରିବ ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇ କୂଅରେ ଫିଙ୍ଗି ଦିଆଯାଇଥିବା ଘଟଣାରେ ଉପଯୁକ୍ତ ତଦନ୍ତ କରିବା ସହିତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ୍ କରିବା ଦାବି ନେଇ ଶନିବାର ଗରିବଙ୍କ ପରିବାର ବର୍ଗ ଏବଂ ଗଂଜାମ ଜିଲ୍ଲା ବାଉରୀ ଖଦାଳ ସମାଜ ବିକାଶ ମଞ୍ଚର କର୍ମକର୍ତ୍ତା ମାନେ ଗଞ୍ଜାମ ଏସପିଙ୍କୁ ଭେଟିଛନ୍ତି । ଏହା ସହିତ ଘଟଣା ସମ୍ପର୍କରେ ଏସପିଙ୍କୁ ଅବଗତ କରାଇଛନ୍ତି ସେମାନେ । ଗତ ଜାନୁଆରୀ ମାସ ୨୯ ତାରିଖ ଦିନ ରାତ୍ର ପ୍ରାୟ ୧୦ ଟା ସମୟରେ ଗରିବ ଦାସଙ୍କୁ ଏକ ଅଜଣା ନମ୍ବରରେ କେହି ଫୋନ କରି ଡାକି ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ବର୍ଗ ଅଭିଯୋଗ କରିଛନ୍ତି । ଏନେଇ ସେମାନେ ପୂର୍ବରୁ ବେଗୁନିଆପଡା ଥାନାରେ ଏକ ମାମଲା ରୁଜୁ କରିଥିଲେ । କିନ୍ତୁ ଏବେ ସୁଦ୍ଧା ହତ୍ୟାକାରୀକୁ ଗିରଫ୍ କରିବାରେ ପୋଲିସ୍ ସଫଳ ହୋଇନଥିବାରୁ ସେମାନେ ବାଧ୍ୟ ହୋଇ ଆଜି ଗଞ୍ଜାମ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହି ଅବସରରେ ଗଂଜାମ ଜିଲ୍ଲା ବାଉରୀ ଖଦାଳ ସମାଜ ବିକାଶ ମଞ୍ଚର ଗନ୍ତେଇ ଦାସ, ଖଲିକୋଟ ତାଲୁକା ସଭାପତି ବିପ୍ରଚରଣ ଦାସ , ମାମି ଦାସ, ଭିକାରୀ ଚରଣ ଦାସ, ପ୍ରଫୁଲ ଦାସ , ଆଇନଜିବୀ ସୁମା ଦାସଙ୍କ ସମେତ ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ