ଗଞ୍ଜେଇ ବେପାରୀଙ୍କ ଘରେ ଚଢ଼ାଉ ୧୮୩ କେଜି ଗଞ୍ଜେଇ ଜବତ ଜଣେ ଗିରଫ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଗଞ୍ଜେଇ ବେପାରୀଙ୍କ ଚରାଭୁଇଁ ପାଲଟିଛି। ଘରେ ବାହାରେ ଜଙ୍ଗଲରେ ଯୋଉଠୀ ଦେଖିବ ଗଞ୍ଜେଇ। ପାଟପୁର ପୋଲିସ ବାରମ୍ବାର ଚଢାଉ ଜାରୀ ରଖିଛି।ଯେତେ ଧରିଲେ ମଧ୍ୟ ବାହାରୁଛି ସରୁନାହିଁ। ଅବକାରୀ ବିଭାଗ ନୀରବ। ପାଟପୁର ଥାନା ଅଧିକାରୀ ସବ୍ୟସାଚି ମଲ୍ଲ ଙ୍କ ନିର୍ଦ୍ଦେଶ କ୍ରମେ ପାଟପୁର ଥାନା ଏସ ଆଇ ସାନ୍ତୁନୁ କୁମାର ଦିଗାଲ ନିଜ ଫୋର୍ସ ସହ ଶନିବାର ଭୋରୁ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏସ.ଟିକରପଡ଼ା ପଞ୍ଚାୟତ ପାଟପୁର ଥାନା ଅନ୍ତର୍ଗତ ବାଲିପାଟ ଗ୍ରାମରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉରେ ୧୮୩ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିବା ଜଣାପଡ଼ିଛି। ଏହାର ଆନୁମାନିକ ମୂଲ୍ୟ ୭ ଲକ୍ଷ୍ୟରୁ ସାଢ଼େ ସାତ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଅନୁମାନ କରିଛି ପାଟପୁର ପୋଲିସ। ଘଟଣାରେ ଜଣେ ଯୁବକ ଙ୍କୁ ଗିରଫ କରାଯାଇଛି। ଯୁବକ ଜଣଙ୍କ ହେଲେ ବାଲିପାଟ ଗ୍ରାମର କୋରସୁ ବଡ ରଇତ। ସୂଚନା ପ୍ରକାରେ କୋରେଶୁ ର ଗଜପତି ଜିଲ୍ଲା ରୁ ଗଞ୍ଜେଇ ଆଣି ଜିଲାର ବିଭିନ୍ନ ଅଞ୍ଚଳକୁ ଯୋଗାଉଥିଲେ। ଏ ନେଇ ଜିଲା ପ୍ରଶାସନ ପାଖରେ ଖବର ଥିଲା। ଶନିବାର ଭୋରୁ ହଠାତ୍ ଥାନା ଏସ ଆଇ ଶାନ୍ତୁନୁ କୁମାର ଦିଗାଲ ନିଜ ଫୋର୍ସ ସହ କୋରେଶୁ ଙ୍କ ଘରେ ଚଢ଼ାଉ କରିଥିଲେ। ଘରେ ୬ ବସ୍ତା ଗଞ୍ଜେଇ ପୋଲିସ ଜବତ କରିଥିବା ବେଳେ କୋରେଶୁ କୁ ପୋଲିସ ଗିରଫ କରିଛି। ଏ ନେଇ ଥାନାରେ ମାମଲା(ନଂ୧୪/୨୩) ରୁଜୁ କରାଯାଇ ଅଭିଯୁକ୍ତ କୋରେଶୁ ଙ୍କୁ ବ୍ରହ୍ମପୁର ଜିଲ୍ଲା ଦୌରା ଜର୍ଜ କୋର୍ଟକୁ ଚାଲାଣ କରାଯାଇଛି।


