କେନ୍ଦ୍ରୀୟ ପିଏସୟୁ ମାନଙ୍କୁ ଆପ୍ରେନ୍ଟିସିପ କାର୍ଯ୍ୟକ୍ରମ ରେ ଭାଗୀଦାରୀ ପାଇଁ କେନ୍ଦ୍ରମନ୍ତ୍ରୀ ଙ୍କ ଅନୁରୋଧ
ନୂଆଦିଲ୍ଲୀ- କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଡଃ ମହେନ୍ଦ୍ରନାଥ ପାଣ୍ଡେ କେନ୍ଦ୍ରୀୟ ପିଏସୟୁ କମ୍ପାନୀ ମାନଙ୍କୁ ସରକାରଙ୍କ ଆପ୍ରେନ୍ଟିସିପ କାର୍ଯ୍ୟକ୍ରମ ରେ ଭାଗନେଇ ଆପ୍ରେନ୍ଟିସିପ ସମ୍ବନ୍ଧରେ ସଚେତନତା ବୃଦ୍ଧି କରିବା ପାଇଁ ଏକ ଜାତୀୟ ସେମିନାରରେ ଅନୁରୋଧ କରିଛନ୍ତି । ଏହି ସେମିନାର ର ଆୟୋଜନ କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରାଳୟ, ଷ୍ଟାଣ୍ଡିଂ କନଫରେନସ୍ ଅଫ ପବ୍ଲିକ ଏଂଟରପ୍ରାଇଜେସ (ଏସସିଓପିଇ) ଏବଂ ଡିପାର୍ଟମେଂଟ ଅଫ ପବ୍ଲିକ ଏଂଟରପ୍ରାଇଜ ଆନୁକୁଲ୍ୟ ରେ ଆୟୋଜନ କରାଯାଇଥିଲା । ଏଥିରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ, ଏମଏସଡିଇ, ଶ୍ରୀ ଆର.କେ. ସିଂ, ଏମଏସଡିଇ ସଚିବ ଡଃ କେପି କ୍ରିଷ୍ଣନ ଆଦି ଯୋଗଦେଇଥିଲେ । ମନ୍ତ୍ରାଳୟ ପକ୍ଷରୁ ଆପ୍ରେନ୍ଟିସପ ମାନଙ୍କ ନିଯୁକ୍ତି ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାର ମୂଳ ଲକ୍ଷ କୁଶଳୀ କାର୍ଯ୍ୟବଳ ପାଇଁ ଚାହିଦା ଓ ଯୋଗାଣ ମଧ୍ୟରେ ତାରତମ୍ୟ ଦୂରକରିବା ଏବଂ ଦେଶର ଯୁବବର୍ଗ କୁ ଅଧିକ ନିଯୁକ୍ତି ସୁଯୋଗ ଦେବା ରହିଛି । ଅଧିକାଂଶ ପିଏସୟୁ ରେ ଟେକନିକାଲ ଓ ମାନୁଫ୍ୟାକ୍ଚରିଂ କାର୍ଯ୍ୟରେ ଆପ୍ରେନ୍ଟିସ ମାନଙ୍କୁ ସୁଯୋଗ ମିଳୁଛି । ତେବେ ସେବା କ୍ଷେତ୍ରରେ ଆପ୍ରେନ୍ଟିସ ମାନଙ୍କ ସଂଖ୍ୟା ନଗଣ୍ୟ । ତେଣୁ ଏହି ସେମିନାରରେ ଭାଗନେଇଥିବା ପିଏସୟୁ ମାନଙ୍କୁ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା (ପିଏମକେଭିୱାଇ) ରେ ପ୍ରଶିକ୍ଷଣ ନେଇଥିବା ବଦ୍ୟାର୍ଥୀ ମାନଙ୍କୁ ସୁଯୋଗ ଦେବା ପାଇଁ ଅନୁରୋଧ କରାଯାଇଥିଲା ।