କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଗଣିତ ବିଭାଗର ଦୁଇଦିନିଆ ଜାତୀୟ ସମ୍ପାନ ଉଦଘାଟିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଗଣିତ ବିଭାଗର ଏକ ଦୁଇଦିନିଆ ଜାତୀୟ ସମ୍ପାନ ଉଦଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଏହି ଜାତୀୟ ସମ୍ପାନକୁ ଉଦଘାଟନ କରି ବର୍ତ୍ତମାନ ସମୟରେ ଗଣିତଶାସ୍ତ୍ରର ଅଧ୍ୟୟନ ଉପରେ ଗୁରୁତ୍ୱାରୋପ କରିଥିଲେ । ଗଣିତଶାସ୍ତ୍ରର ବିଶ୍ଳେଷଣ ଓ ଏହାର ବ୍ୟବହାର ଉପରେ ଏହି ଦୁଇଦିନିଆ ସମ୍ପାନରେ ବିଶେଷ ଭାବରେ ଆଲୋକପାତ କରାଯିବ । ଏଥିରେ ମୁଖ୍ୟବକ୍ତା ଭାବରେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଗୋକୁଳାନନ୍ଦ ଦାସ ଯୋଗଦେଇ ଗଣିତଶାସ୍ତ୍ରର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ଆଇ.ଆଇ.ଟି. ଖଡଗପୁରର ପ୍ରାକ୍ତନ ପ୍ରଫେସର ସୁଦର୍ଶନ ନନ୍ଦ, ଉତ୍ତର ପୂର୍ବାଞ୍ଚଳ ଆଞ୍ଚଳିକ ବିଜ୍ଞାନ ପ୍ରତିଷ୍ଠାନର ପୂର୍ବତନ ପ୍ରଫେସର ପ୍ରମୋଦ କୁମାର ଦାସ, ଭୁବନେଶ୍ୱରସ୍ଥିତ ଗଣିତ ପ୍ରତିଷ୍ଠାନର ନିର୍ଦେଶକ ପ୍ରଫେସର ଯଶୋବନ୍ତ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବ ବୈଜ୍ଞାନିକ ଡଃ. ରତିକାନ୍ତ ବେହେରା, ଡଃ. ଜଜାତି କେଶରୀ ସାହୁ, ଡଃ. ଜବାନ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଆଇ.କ୍ୟୁ.ଏ.ସି. ସଂଯୋଜକ ଡଃ. ଦେବେନ୍ଦ୍ର ନାଥ ଗୋଛାୟତ ଯୋଗଦେଇ ଗଣିତଶାସ୍ତ୍ର ଅଧ୍ୟୟନ ବର୍ତ୍ତମାନ ଅତ୍ୟନ୍ତ ଜରୁରୀ ହୋଇପଡିଛି ବୋଲି ମତବ୍ୟକ୍ତ କରିଥିଲେ । ଆବାହକ ଅଶୋକ କୁମାର ମିଶ୍ର ସମ୍ପାନର ଉଦେଶ୍ୟ ଜ୍ଞାପନ କରିଥିଲେ । ପ୍ରାଧ୍ୟାପକ ଅଶୋକ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଅମରେନ୍ଦ୍ର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ