ନୀଳାଦ୍ରି ବିହାର ବୃଦ୍ଧଙ୍କ ଘରୁ ଚୋରି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଣ୍ଠୁରେ ଅସ୍ତ୍ରୋପଚାର ପାଇଁ ରାଜ୍ୟ ବାହାରକୁ ଯାଇଥିବା ୭୫ ବର୍ଷ ବୟସ୍କ ବୃଦ୍ଧ ମହେଶ୍ୱର ନନ୍ଦ, ଯିଏକି ନୀଳାଦ୍ରିବିହାର ସେକ୍ଟର-୧ରେ ଅବସ୍ଥାନ କରନ୍ତି, ତାଙ୍କ ଘରୁ ଦୁର୍ବୃତ୍ତମାନେ ମୂଲ୍ୟବାନ ସାମଗ୍ରୀ ଚୋରି କରି ନେଇଛନ୍ତି । ଏ ନେଇ ଅଭିଯୋଗ ହେବାପରେ ଚନ୍ଦ୍ରଶେଖରପୁର ପୋଲିସ୍ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛି । ଉକ୍ତ ବୃଦ୍ଧ ଜଣକ ଫେବୃଆରୀ ମାସ ୨୦ ତାରିଖରୁ ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିଲେ । ଯିବା ସମୟରେ ଘରର ସମସ୍ତ କବାଟ ଝରକା ବନ୍ଦ କରିବା ସହିତ ଗ୍ରିଲ୍‌ରେ ତାଲା ମଧ୍ୟ ପକାଇଥିଲେ । ତାଙ୍କ ଫେରିବା ବିଳମ୍ବ ହେବା ଜାଣି ରାଉରକେଲାରେ କାର୍ଯ୍ୟରତ ତାଙ୍କ ଝିଅ ରଞ୍ଜୁରାଣୀଙ୍କୁ ଘରର ଦାୟିତ୍ୱ ଦେବା ସହିତ ଆସି ଦେଖିବା ପାଇଁ କହିଥିଲେ । ମାତ୍ର ଶୁକ୍ରବାର ସକାଳେ ତାଙ୍କ ଝିଅ ପହଞ୍ôଚବା ପରେ ଆସବାବପତ୍ର ସବୁ ଏଣେତେଣେ ପଡ଼ିଛି, ସ୍କାଇଲାଇଟ୍ ଭଙ୍ଗା ହେବା ସହିତ ଘରର ତାଲା, କବାଟ ତଡ଼ାଯାଇଛି । ସେ ପୋଲିସ୍‌କୁ ଫୋନ୍ କରିଥିଲେ । ଏଥି ସହିତ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ତଦନ୍ତ ଆରମ୍ଭ କରିଥିଲେ । ତାଙ୍କ ବାଲ୍ୟବନ୍ଧୁ ଅରବିନ୍ଦ ତ୍ରିପାଠୀଙ୍କ ସହଯୋଗରେ କେସ୍ ପଞ୍ଜିକରଣ ହେବା ସହିତ ସବିଶେଷ ବିବରଣୀ ପୋଲିସ୍‌କୁ କହିଥିଲେ । ଧାରା ୪୫୭ ଓ ୩୮୦ ଏବଂ କେସ୍ ଡାଇରୀ ନଂ. ୧୦୦୬/ ତା ୧୭.୦୩.୨୦୨୩ରେ ମାମଲା ରୁଜୁ ହୋଇଛି । ଘରେ ଥିବା କଂସା, ପିତଳ ବାସନ, ରୂପା ଅଳଙ୍କାର, ମୂଲ୍ୟବାନ ଶାଢ଼ୀ ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଯାଇଛି, ଯାହାର କି ଆନୁମାନିକ ମୂଲ୍ୟ ପ୍ରାୟ ଦୁଇ ଲକ୍ଷଟଙ୍କା ହେବ ବୋଲି ପ୍ରାଥମିକ ଆକଳନରୁ ଜଣାପଡ଼ିଛି । ସ୍ଥାନୀୟ ଅଞ୍ଚଳରେ ଏହା ଭୟର ବାତାବରଣ ସୃଷ୍ଟି କରିବା ସହିତ ପୋଲିସ୍‌ର ନିଷ୍କ୍ରିୟତା ସମ୍ବନ୍ଧରେ ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ