ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଆନନ୍ଦପୁର ଜିଲ୍ଲା ଗଠନ ଦାବି ଜୋର ଧରିଲା

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନନ୍ଦପୁରକୁ ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦେବା ପାଇଁ ଦାବି ଯୋର ଧରିଛି । ଆଜି ହାଟଡିହି ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ଆନନ୍ଦପୁର ବିକାଶ ପରିଷଦ ପକ୍ଷରୁ ଏନେଇ ସ୍ୱାକ୍ଷର ଅଭିଯାନ ଆରମ୍ଭ କରାଯିବା ସହିତ ତୁରନ୍ତ ଆନନ୍ଦପୁରକୁ ଜିଲ୍ଲାଭାବେ ମାନ୍ୟତା ଦେବାକୁ ଦାବି ଉଠିଛି । ପୁର୍ବରୁ ୧୩ଟି ଜିଲ୍ଲାରୁ ୩୦ଟି ଜିଲ୍ଲା ଗଠନ କରାଯିବା ସମୟରେ କେନ୍ଦୁଝର ଭଳି ଏକ ବୃହତ ଜିଲ୍ଲାକୁ ଭାଗ କରାଯାଇ ନଥିଲା । ଆନନ୍ଦପୁର ଉପଖଣ୍ଡ ଅଞ୍ଚଳର ଲୋକମାନେ ଯେ କୌଣସି କାମରେ ଜିଲ୍ଲା କାର୍ଯ୍ୟାଳୟକୁ ଯିବାକୁ ହେଲେ ୧୫୦କିଲୋମିଟର ଉର୍ଦ୍ଧ ବାଟ ଯିବାକୁ ପଡୁଛି । ଯାହା ଫଳରେ ଆନନ୍ଦପୁର ଉପଖଣ୍ଡର ଲୋକମାନେ ଜିଲ୍ଲାପଦାଧିକାରୀଙ୍କ ନିକଟରେ ପହଞ୍ଚି ନପାରି ସୁଶାସନ ପାଇବାରୁ ବିଫଳ ହେଉଛନ୍ତି । ଭୌଗଳିକ ଆୟତନ ଦୃଷ୍ଟିରୁ ଏହା ଏକ ବୃହତ ଜିଲ୍ଲା ହୋଇଥିବାରୁ ଏହାକୁ ଏବେ ବିଭକ୍ତ କରାଯାଇ ଆନନ୍ଦପୁର ଉପଖଣ୍ଡକୁ ସ୍ୱତନ୍ତ୍ର ଜିଲ୍ଲାଭାବେ ଗଠନ କରାଯାଉ ବୋଲି ଦାବି ହୋଇଛି । ଆଜି ଆନନ୍ଦପୁର ବିକାଶ ପରିଷଦର ସଭାପତି ରମାକାନ୍ତ ନାୟକ, ଉପଦେ୍ଦଷ୍ଟା ମହେଶ୍ୱର ସାହୁ, ସଂଯୋଜକ ମଦନ ପାଣି, ସତ୍ୟାନନ୍ଦ ମିଶ୍ର, ବାବୁଲା ପଟ୍ଟନାୟକ, ଆଇନିଜିବୀ ଭାଗିରଥି ଦାଶ, ଭଗବାନ ରାଉତ, ସୋମନାଥ ଦାସ, କିଶୋର ଆଚାର୍ଯ୍ୟ, ଗୋପାଳକୃଷ୍ଣ ରାଉତ, ପ୍ରେସକ୍ଲବ ସମ୍ପାଦକ ସନ୍ତୋଷ ରାଉତ, ଫୋରମ ସମ୍ପାଦକ ଲଲାଟେନ୍ଦୁ ଧିର, କିରଣ ପାଢ଼ୀଙ୍କ ସମେତ ବହୁ ସଦସ୍ୟ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର କେନ୍ଦୁଝର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଏଥିପାଇଁ ହାଟଡିହି ବ୍ଲକ ପରିସରରେ ଏକ ଦସ୍ତଖତ ଅଭିଯାନ କରାଯାଇ ବରିଷ୍ଠ ନାଗରିକ, ଜନପ୍ରତିନିଧି, ଓ ସାଧାରଣ ଜନତାଙ୍କ ଦସ୍ତକତ ସଂଗ୍ରହ କାର୍ଯ୍ୟ ଆରମ୍ଭ କରାଯାଇଛି । ଏଥିରେ ଜିଳ୍ଲାପରିଷଦ ଉପାଧକ୍ଷ ସୋମନାଥ ଦାସ, ଆନନ୍ଦପୁର ମୁନିସପାଲଟି ଚେୟାରମ୍ୟାନ ରଜନୀରାଣୀ ଖଟୁଆ, ଉପାଧ୍ୟକ୍ଷ ଦୁର୍ଗା ଦଳେଇ, କାଉନସିଲର ସନତ କର, ରସ୍ମୀତା ପାଢ଼ୀ, କୃଷ୍ଣ ରଣା, ନିବେଦିତା ବେହେରା, ମଣିଲତା ରାମ, ମରୈଗାଁର ସମାଜସେବୀ ଧୁଶାସନ ସାହୁ, ବିଭୁତି ଭୁଷଣ ଜେନା, ଦେବବ୍ରତ ବେହେରା, ପଙ୍କଜ କୁମାର ସାବତ, ପବୀର ନାୟକଙ୍କ ସମେତ ।ତାଧିକ ଲୋକ ଦସ୍ତଖତ ଅଭିଯାନରେ ସାମିଲ ହୋଇଥିଲେ । ଆଗାମି ଦିନରେ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ବିକାଶ ପରିଷଦର ସଭାପତି ରମାକାନ୍ତ ନାୟକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ