ଇଞ୍ଚୋଳର ମାର୍ଥା ପୋଖରୀ ପରିଦର୍ଶନ କଲେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଇଞ୍ଚୋଳ ଗ୍ରାମରେ ଥିବା ସର୍ବ ପୁରାତନ ମାର୍ଥା ପୋଖରୀର ପୁନରୁଦ୍ଧାର ପାଇଁ ଗ୍ରାମବାସୀଙ୍କ ଦାବିପରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଦôକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ଇଞ୍ଚୋଳ ଗାଁକୁ ଯାଇ ପୋଖରୀର ଅବସ୍ଥିତି ଓ ଏହାର ପାରିପାଶ୍ୱର୍ିକ ପରିସ୍ଥିତିକୁ ଅନୁଧ୍ୟାନ କରିଛନ୍ତି । ପ୍ରାୟ ୨୦ଏକରରୁ ଉର୍ଦ୍ଧ ଜମି ଉପରେ ଅବସ୍ଥିତ ଥିବା ଏହି ପୋଖରୀର ପାଣିକୁ ପୁର୍ବର ଲୋକମାନେ ବ୍ୟବହାର କରୁଥିବାବେଳେ ଏବେ ଏହା ଦଳଗାଡିଆରେ ପରିଣତ ହୋଇଛି । ଏହାକୁ ପୁନରୁଦ୍ଧାର କରାଯାଇ ଏକ ଆଦର୍ଶ ପୋଖରୀ ଭାବେ ନିର୍ମାଣ କରିବାକୁ ବାରମ୍ବାର ଗ୍ରାମବାସୀମାନେ ଦାବି କରିଆସୁଛନ୍ତି । ଏହି ପୋଖରୀ ଚାରିପଟେ ୩ଟି ମନ୍ଦିର ନିର୍ମାଣ ହୋଇଥିବାବେଳେ ଏହି ପୋଖରୀକୁ ପୁନରୁଦ୍ଧାର କରାଯାଇ ଆଦର୍ଶ ପୋଖରୀ କରାଗଲେ ଏହାର ସୌନ୍ଦର୍ଯ୍ୟ କରଣ ବୃଦ୍ଧି ପାଇବ ବୋଲି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଇଥିଲେ । ଏହିସମୟରେ ଯୁବନେତା ଅଭିମନୁ୍ୟ ସେଠୀ, ହାଟଡିହି ପଞ୍ଚାୟତର ସରପଞ୍ଚ ଚିନ୍ମୟ ନାୟକ, ଇଞ୍ଚୋଳ ପଞ୍ଚାୟତର ସରପଞ୍ଚ ସଶ୍ମିତା ମହାପାତ୍ର, ବଡରମ୍ପାସ ପଞ୍ଚାୟତର ସରପଞ୍ଚ ରବିନ୍ଦ୍ର କୁମାର ଜେନା, ବିଜୟ ମହାପାତ୍ରଙ୍କ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ