କରଚୁଲିରେ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ କରଚୁଲି ସେବା ସମବାୟ ସମିତି ପକ୍ଷରୁ ସମିତି ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ମାର୍ଚ୍ଚ ୨୦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କରଚୁଲି ସେବା ସମବାୟ ସମିତି ସଭାପତି ସୀମାଞ୍ଚଳ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ଡ଼ାଇରେକ୍ଟର ନନ୍ଦିନୀ ଭୂୟାଁ, ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ବୁଗୁଡା ଶାଖା ପରିଚାଳକ ଯୋଗେଶ ଚନ୍ଦ୍ର ସାମନ୍ତରାୟ, ଉପ ଶାଖା ପରିଚାଳକ ରଞ୍ଜିତ କୁମାର ବିଶ୍ୱାଳ, ସ୍ଥାନୀୟ ସରପଞ୍ଚ ପାର୍ବତୀ ନାୟକ, ସମିତି ସଭ୍ୟ ଶ୍ରୀହର୍ଷ ପ୍ରଧାନ, ପୂର୍ବତନ ସଭାପତି ବିଷ୍ଣୁ ଚରଣ ପ୍ରଧାନ ଯୋଗଦେଇଥିଲେ। ସନବାୟ ସମିତି ଜରିଆରେ ରାଜ୍ୟ ସରକାର କ୍ଷୁଦ୍ର ଚାଷୀମାନଙ୍କୁ ଏକ ଲକ୍ଷ ଟଙ୍କା ଓ ବଡ ଚାଷୀମାନଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦେବାକୁ ନିଷ୍ପତ୍ତି ନେଇଥିବା ବିଷୟରେ ଚାଷୀମାନଙ୍କୁ ଶାଖା ପରିଚାଳକ ଶ୍ରୀ ସାମନ୍ତରାୟ ଅବଗତ କରାଇଥିଲେ। ଚାଷୀମାନେ ସବସିଡରେ ମାଛ ଚାଷ ଓ କୁକୁଡ଼ା ଚାଷ, ଅନ୍ୟାନ୍ୟ ଋଣ କରିପାରିବ ସହ, ସାର, ବିହନ ପ୍ରଭୃତି ସୁଲଭ ମୂଲ୍ୟରେ ସମବାୟ ସମିତିରୁ ନେଇପାରିବେ ବୋଲି ଚାଷୀମାନଙ୍କୁ ବୁଝାଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ସେବା ସମବାୟ ସମିତିର ସମ୍ପାଦକ ଓ କୃଷକ ବୃନ୍ଦ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ