ମୁକ୍ତିତୀର୍ଥ ସେବାସଂଘ ପକ୍ଷରୁ ବାରୁଣୀ ମେଳାରେ ଦହି ସରବତ ବଣ୍ଟନ

ବାଲେଶ୍ୱର, (ସରୋଜ ପଣ୍ଡା):ସ୍ଥାନୀୟ ସାହାଦା ଛକ ଠାରେ ଥିବା ମୁକ୍ତିତୀର୍ଥ ସେବାସଂଘ ପକ୍ଷରୁ ସମୁଦ୍ର ତଟ ପାଣ୍ଡବ ଘାଟରେ ପାଳିତ ହୋଇଥିବା ବାରୁଣୀ ଯାତ୍ରା ମେଳାରେ ଦହି ସରବତ ଏବଂ କାକୁଡି ଇତ୍ୟାଦି ବଂଟନ କରାଯାଇଛି । ମୁକ୍ତିତୀର୍ଥ ସେବା ସଂଘର ମୁଖ୍ୟ ଇଂ ବିଶ୍ୱନାଥ ପଣ୍ଡା ଏବଂ ଦିଲୀପ କୁମାର ଦାସଙ୍କ ନେତୃତ୍ୱତରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୦ ଜଣ ସ୍ୱୟଂସେବକ ଯୋଗଦେଇ ଦିବସ ବ୍ୟାପି ତୃଷାର୍ଥ ଭକ୍ତକୁଂ ଦହି ସରବତ,ଲେମ୍ବୁ ସରବତ , ଜଲଜିରା ସରବତ ଏବଂ କାକୁଡି ଇତ୍ୟାଦି ବଂଟନ କରି ତୃଷା ନିବାରଣ କରିଥିଲେ । ପ୍ରୟ ପାଂଚ ହଜାରରୁ ଅଧିକ ଭକ୍ତ ଓ ଦର୍ଶକୁଂ ଏହି ସେବା ଯୋଗାଇ ଦିଆଯାଇଥିଲା । ଅନ୍ୟ ମାନକଂ ମଧ୍ୟରେ ସଂଘର ସଦସ୍ୟ ସର୍ବଶ୍ରୀ ରମେଶ ପାଢୀ,କାର୍ତିକ ଦାସ,ଜୟନ୍ତ ମଣ୍ଡଳ,ପ୍ରଦୀପ ବର୍ଦ୍ଧନ,ରାଜେଶ ପରିଡା ପ୍ରମୁଖ ଉପସ୍ଥିତ ରହି ଆୟୋଜନରେ ସହେଯାଗ କରିଥିଲେ । ଚଳିତ ବର୍ଷ ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆଗାମି ବର୍ଷ ମାନକଂରେ ଚାଲୁ ରହିବ ବୋଲି ସଂଘର ମୁଖ୍ୟ ଇଂ ବିଶ୍ୱନାଥ ପଣ୍ଡା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ