ସେନାପଡି ପ୍ରାଥମିକ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ଓ ଅନୁଦାନ ବନ୍ଦ ଏହାକୁ ନେଇ ଗ୍ରାମବାସୀ ଓ ଅଭିଭାବକ ବିଇଓଙ୍କ ପାଖରେ ଫେରାଦ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ବ୍ଲକ ଅନ୍ତର୍ଗତ ମିଡିଆକିଆ ପଂଚାୟତର ସେନାପଡି ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ସହ ସମସ୍ତ ସରକାରୀ ଅନୁଦାନ ବନ୍ଦ ହୋଇଯାଇଛି ଏହାକୁ ନେଇ ଆଜି ବିଦ୍ୟାଳୟର ସଭାପତି ସମେତ ଅଭିବାବକ ଓ ଗ୍ରାମବାସୀ ଏକତ୍ରୀତ ହୋଇ ବାଲିଗୁଡା ଗୋଷ୍ଠିଶିକ୍ଷା ଅଧିକାରୀ ମହେଶ୍ୱର ମାଝୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଦିଆଯାଇଥିବା ଅଭିଯୋଗରେଉଲ୍ଲେଖ ରହିଛି ଯେ ସେନାପଡି ପ୍ରାଥମିକ ବିଦ୍ୟାଳୟରେ ୨୦ ଜଣ ଛାତ୍ରଛାତ୍ରୀ ଅଧୟନ କରୁଛନ୍ତି ।ଏହି ବିଦ୍ୟାଳୟକୁ ଗତ ୨୦୨୧ ମସିହା ଜୁନ ମାସ ଠାରୁ କିଛି ଅନୁଦାନ ଆସୁନାହିଁ ।ଏପରିକି ମଧ୍ୟାହ୍ନ ଭୋଜନ,ପିଲାଙ୍କ ପାଇଁ ପୋଷାକ,,ବିଦ୍ୟାଳୟ ମରାମତି ଏହିଭଳି ସମସ୍ତ କାର୍ଯ୍ୟ ନିମନ୍ତେ କିଛି ଅନୁଦାନ ଆସୁନାହିଁ ।ଏବେ କିଛି ଦିନ ହେବ କେବଳ ଚାଉଳ ଆସୁଛି ତାହାପୁଣି ସଠିକ ଭାବରେ ଆସୁନାହିଁ ।ବିଦ୍ୟାଳୟରେ ପିଲାଙ୍କ ଖାଇବା ନିମନ୍ତେ ମଧ୍ୟାହ୍ନ ଭୋଜନର ସମସ୍ତ ଖର୍ଚ୍ଚ ପ୍ରଧାନଶିକ୍ଷକ ୨୦୨୨ ମସିହା ଏପ୍ରିଲ ମାସ ଠାରୁ ମାର୍ଚ୍ଚ ମାସ ୨୦୨୩ ପର୍ଯ୍ୟନ୍ତ ଦେଇଆସୁଥିଲେ । କିନ୍ତୁ ମଧ୍ୟାହ୍ନ ଭୋଜନ ଟଙ୍କା ନଆସିବାରୁ ସେ ଆଉ ତାଙ୍କ ଦରମା ଟଙ୍କାରୁ ମଧ୍ୟାହ୍ନ ଦେବାଟା ବନ୍ଦ କରିଦେଲେ ।ତେଣୁ ଆମ ବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନରୁ ବଂଚିତ ହେଉଛନ୍ତି ।ଯଦୀ ଆମ ବିଦ୍ୟାଳୟକୁ ମଧ୍ୟାହ୍ ଭୋଜନ ନଆସିବ କି ଆମ ବିଦ୍ୟାଳୟ ଉଠାଇ ଅନ୍ୟ ବିଦ୍ୟାଳୟକୁ ସ୍ଥାନାନ୍ତର କଲେ ଆମ ପିଲାମାନେ ପାଠପଢାରୁ ବଂଚିତ ରହିବେ କାରଣ ଆମ ଗ୍ରାମ ଠାରୁ ଅନ୍ୟ ବିଦ୍ୟାଳୟ ଗୁଡାକର ଦୁରତା ୪ରୁ ୫କିମି ହେବଯାହାକି ଜଙ୍ଗଲ,ବଣ ପାହାଡଦେଇ ଯିବାକୁ ପଡିବ ।ଏଣୂ ଆମ ବିଦ୍ୟାଳୟ ପ୍ରତି ଦୃଷ୍ଟିଦେଇ ସମସ୍ତ ଅନୁଦାନ ଦେବା ସହ ଅନ୍ୟତ୍ର ସ୍ଥାନାନ୍ତର ନକରାଯାଉ । ଏହାକୁନେଇ ଗୋଷ୍ଠି ଶିକ୍ଷା ଅଧିକାରୀ ଏହି ଗ୍ରାମବାସୀଙ୍କୁ କହିଥିଲେ ଯେ ଆପଣ ମାନେ ଜିଲ୍ଲା ଶିକ୍ଷାଅଧିକାରୀ କିମ୍ବା ମନ୍ତ୍ରୀଙ୍କୁ ଯାଇ ଏହି ଅଭିଯୋଗ କରନ୍ତୁ କାରଣ ଆମ ହାତରେ କିଛି ନାହିଁ । ଏହାକୁ ନେଇ ଗ୍ରାମବାସୀ ଅନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ଆମେ ଗରୀବ ନିରିହ ଲୋକ ଆମ ପାଖରେ ଏତେ ଟଙ୍କା ନାହିଁ ଯେଆମେ ଫୁଲବାଣୀ କିମ୍ବା ଅନ୍ୟତ୍ର ଯାଇ ଉଚ୍ଚ ଅଧିକାରୀ କିମ୍ବା ମନ୍ତ୍ରୀଙ୍କ ଭେଟିପାରିବୁ । ଗୋଷ୍ଠି ଶିକ୍ଷାଅଧିାକାରୀ ଙ୍କୁ ପଚାରିବାରୁ ସେ କହିଛନ୍ତି ଏହି ବିଦ୍ୟାଳୟଟି ବନ୍ଦ କରିବାକୁ ନିର୍ଦ୍ଦେଶ ଆସିଥିଲା କିନ୍ତୁ ଗ୍ରାମବାସୀ ମାନେ ଅନୁରୋଧ କରିବାରୁ ବିଦ୍ୟାଳୟ ଚାଲିଛି କିନ୍ତୁ ସମସ୍ତ ଅନୁଦାନ ବନ୍ଦ ହୋଇଯାଇଛି ଏହା ଉପରେ ଆଗରୁ ସମସ୍ତ ଅନୁଦାନ ଦେବାକୁ ଉଚ୍ଚ ଅଧିକାରୀଙ୍କ ଜଣାଇଛି ଓ ଆଜିର ଏହି ଅଭିଯୋଗ କୁ ମଧ୍ୟ ପୁଣି ଜଣାଇବି ବୋଲି କହିଛନ୍ତି