ମରୈଗାଁ ସେବା ସମବାୟ ସମିତି ପକ୍ଷରୁ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମରୈଗାଁ ସେବା ସମବାୟ ସମିତି ପକ୍ଷରୁ ମରୈଗାଁ ଠାରେ ବ୍ୟାଙ୍କିଙ୍ଗ୍ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସମବାୟ ସମିତିର ସମ୍ପାଦକ ଶରତ କୁମାର ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କର୍ମଶାଳାରେ ସମିତିର ସଭାପତି ଜଳଧର ମହାପାତ୍ର, କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ହାଟଡିହି ଶାଖାର ପରିଚାଳକ ଶୈଳେନ୍ଦ୍ର କୁମାର ନାୟକ, ଏସ.ଆର.ସି.ଏସ କୈଳାଶ ନାୟକ, ବ୍ଲକ ପଶୁଚିକିତ୍ସା ଅଧିକାରୀ ଡାକ୍ତର ରଶ୍ମୀରଞ୍ଜନ ନାୟକ, ସମିତିର ସୁପର ଭାଇଜର ସୁରେଶ ଚନ୍ଦ୍ର ପେଡା, କୃଷି କର୍ମଚାରୀ କେଦାରନାଥ ଭୋଳ ପ୍ରମୁଖ ଯୋଗଦେଇଥିଲେ । ପ୍ରାରମ୍ଭରେ ପ୍ରତାପ କୁମାର ଦାସ ଅତିତô ପରିଚୟ ପ୍ରଦାନ କରିଥିବାବେଳେ ସମିତିର ସମ୍ପାଦକ ଶରତ କୁମାର ସେଠୀ କର୍ମଶାଳାର ଉଦେ୍ଦଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ଅନେକ ଚାଷୀ ପୁର୍ବରୁ ଋଣନେଇ ସୁଝୁ ନଥିବା ଓ ବ୍ୟାଙ୍କ ସହିତ ଯୋଗସୁତ୍ର ରଖୁ ନଥିବା ସୁଚନା ଦେଇଥିଲେ । ବିଶେଷକରି ଅନେକ ଚାଷୀ ଯେଉଁମାନେ ଠିକ ସମୟରେ ଋଣ ପରିଷୋଧ କରୁଥିଲେ ସେମାନେ ସରକାରଙ୍କ ଋଣଛାଡ ଯୋଜନା ପରେ ବିମୁଖ ହୋଇ ସମିତିକୁ ଆସୁନଥିବା ସୁଚନା ଦେଇଥିଲେ । ଚାଷୀମାନେ ସମିତିରୁ କପରି ବିଭିନ୍ନ ଚାଷ ସମ୍ବନ୍ଧୀୟ ଋଣ ନେଇ ଆତ୍ମନିର୍ଭରଶୀଳ ହେବେ ସେନେଇ ଅତିଥିମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ବିଶେଷକରି ବର୍ତ୍ତମାନ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗର ଫାଇଦା ପାଇପାରିବେ ସେନେଇ ଆଲୋକପାତ କରିଥିଲେ । ଏଥିରେ ସମିତିର ଶତାଧିକ ଚାଷୀ ଯୋଗଦେଇ ନିଜ ନିଜର ଆଭିମୁଖ୍ୟ ରଖିଥିଲେ । ସମିତିର କର୍ମଚାରୀ ମଧୁସୁଦନ ନାୟକ, ଆନନ୍ଦ ଶଙ୍କର ଭୋଳ, ସମିର କୁମାର ମାଝୀ, କାଞ୍ଚନଲତା ଜେନା, ସ୍ୱର୍ଣ୍ଣଲତା ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।