ବିଶ୍ଵଶାନ୍ତି ମହାଯଜ୍ଞ ନିମନ୍ତେ କଳସ ଯାତ୍ରା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ କୁମରଡ଼ା ଗ୍ରାମର ଶ୍ରୀ ରାମେଶ୍ୱର ଶୈବ ପୀଠରେ ଅନୁଷ୍ଠିତ  ପଞ୍ଚକୁଣ୍ଡିୟ ହରିହରାତ୍ମକ ମହାଯଜ୍ଞ ନିମନ୍ତେ ଗୁରୁବାର  ବିରାଟ କଳସ ଯାତ୍ରା ଆୟୋଜିତ ହୋଇଯାଇଛି। କୁମରଡ଼ା, ଚୈତନ୍ୟ ପ୍ରସାଦ, ମୁଣ୍ଡପୋତା, ଖଇରପଙ୍କ, ନାରାୟଣପୁର, ପୂଜାରୀ ପଲ୍ଲୀ, କୁକୁଟବନ୍ଧ ଆଦି ବିଭିନ୍ନ ଗ୍ରାମର ପ୍ରାୟ ୪  ଶହ ରୁ ଉର୍ଦ୍ଧ୍ୱ ମହିଳା ମାନସିକଧାରୀ ଶୈବ ପୀଠରୁ  ଶୋଭାଯାତ୍ରା ରେ ବାହାରି ଧାନରାଶି ଗ୍ରାମ ବାହୁଦା ନଦୀ ମହାବାରୁଣୀ ସ୍ନାନ ଘାଟରେ ପହଞ୍ଚିଥିଲେ। ସେଠାରେ  ମୂଖ୍ୟ ପୁରୋହିତ ଶିବ ପ୍ରସାଦ ପଣ୍ଡା  ପୂଜା ଅର୍ଚ୍ଚନା ହୋମ ଇତ୍ୟାଦି କରିଥିଲେ।ଗଡ଼ଗୋବିନ୍ଦ ପୁର ଗ୍ରାମର  ବଦ୍ରିନାରାୟଣ ପାଣିଗ୍ରାହୀ ଏହି ପୂଜାରେ କର୍ତ୍ତା ଭାବେ ଯୋଗଦେଇଥିଲେ।ପୂଜା ସମାପ୍ତି ପରେ ମହିଳାମାନେ ବାହୁଦା ନଦୀରୁ କଳସ ରେ ପାଣି ଧରି ଶ୍ରୀ ରାମେଶ୍ୱର ଶୈବ ପୀଠ ଅଭିମୁଖେ ଯାତ୍ରା କରିଥିଲେ। ଏହି କଳସ ଯାତ୍ରା ବେଳେ ରାସ୍ତାରେ ଥିବା ବିଭିନ୍ନ ଗ୍ରାମରେ ଶ୍ରଦ୍ଧାଳୁ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଚଳିତ ମାସ ୩୦ ତାରିଖରେ ଏହି ବିଶ୍ଵଶାନ୍ତି ମହାଯଜ୍ଞ  ପୂର୍ଣ୍ଣାହୁତି ହେବ ବୋଲି ଜଣାପଡିଛି।ମହାଯଜ୍ଞ ନିମନ୍ତେ ଗ୍ରାମକୁ ମୀନାବଜାର ଆସୁଥିବା ବେଳେ ମହାଯଜ୍ଞ ପରିଚାଳନା ନିମନ୍ତେ ଏକ କମିଟି ଗଠନ କରାଯାଇଛି। ଏହାର ସଭାପତି ରୂପେ କୋରାମଣୀ ପଟ୍ଟନାୟକ ଓ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଙ୍କୁ ମନୋନୀତ କରାଯାଇଛି। ଉକ୍ତ ମହାଯଜ୍ଞ ର ସମସ୍ତ କାର୍ଯ୍ୟକ୍ରମ କୁ ଆଖପାଖ  ୭ ଖଣ୍ଡ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଯୁବକମାନେ ପରିଚାଳନା କରିବା ପାଇଁ ସ୍ଥିର କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ