ଗୌତମୀ ଗାଁ ରେ ସମିତି ସ୍ତରୀୟ ବ୍ୟାଙ୍କିଂ ସେବା ଓ ଋଣ କର୍ମଶାଳା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଅଧିନସ୍ଥ ଗୌତମୀ ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି ପକ୍ଷରୁ ସମିତି ସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ସୋମବାର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ସମବାୟ ସମିତିର ସଭାପତି ରାଜୁ ବେହେରା ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବ୍ଳକ ୬୨ ନଂ ଜୋନର ଜିଲ୍ଲାପରିଷଦ ସଭ୍ୟା ସୁଲତାରାଣୀ ସ୍ୱାଇଁ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ,ସମ୍ମାନିତ ଅତିଥିଭାବେ ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ନାୟକ,ପୁର୍ବତନ ସରପଞ୍ଚ ସୁଶାନ୍ତ କୁମାର ସ୍ୱାଇଁ,ଗୌତମୀ ଗ୍ରାମ୍ୟ କମିଟି ସଭାପତି ନିଳକଣ୍ଠ ସ୍ୱାଇଁ ,ପୂର୍ବତନ ବ୍ଲକ ଅଧ୍ୟକ୍ଷ  ଅନ୍ତର୍ଯ୍ୟାମୀ ସ୍ୱାଇଁ ,  ଜଗନ୍ନାଥ ପାତ୍ର,ସରପଞ୍ଚ ଝିଲି ରେଡ୍ଡୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।କାର୍ଯ୍ୟକ୍ରମ ଅବ୍ୟବହିତ ପୂର୍ବରୁ ମାଁ ଠାକୁରାଣୀ ଙ୍କ ପାଖରେ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା।ସମବାୟ ସଂସ୍ଥା ମାଧ୍ୟମରେ ରାଜ୍ୟ ସରକାର କୃଷକ ଓ ମହିଳା ମାନଙ୍କ ଅର୍ଥନୈତିକ ଉନ୍ନତି ଚାହୁଁଛନ୍ତି।ଅଧିକରୁ ଅଧିକ କୃଷକ,ମହିଳା ମାନଙ୍କୁ ଏଥିରେ ସାମିଲ କରିବା ପାଇଁ ସରକାର ଉଦ୍ୟମ ଚଳାଇଛନ୍ତି।କାଳିଆ ଓ ବଳିଆ ଯୋଜନା ମାଧ୍ୟମରେ କୃଷକ ଓ ଭୂମିହୀନ କୃଷକ ମାନଙ୍କୁ ଋଣ ପ୍ରଦାନର ବ୍ୟବସ୍ଥା କରାଯାଇଛି।ପଞ୍ଜୀକୃତ କୃଷକ ମାନଙ୍କୁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ ଓ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଏବଂ ଚାଷୀମାନେ ଚାହିଁଲେ ସ୍ୱଳ୍ପକାଳୀନ ଋଣ ଯୋଜନାରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇ ପାରିବେ। ଋଣ ଟଙ୍କାକୁ ସଠିକ ମାର୍ଗରେ ବିନିଯୋଗ କରି ନିର୍ଦ୍ଧାରିତ ସମୟରେ ପରିଶୋଧ କଲେ ସମବାୟ ଅନୁଷ୍ଠାନର ଏକ ଯୁଗନ୍ତକାରୀ ପରିବର୍ତ୍ତନ ଘଟିବା ସହ ଚାଷୀ ମାନଙ୍କ ଉନ୍ନତି ଘଟିବ ବୋଲି ଅତିଥି ବୃନ୍ଦ ଉଦବୋଧନ ଦେଇଥିଲେ।ଏହି  କାର୍ଯ୍ୟକ୍ରମକୁ ସମବାୟ ସମିତିର ସମ୍ପାଦକ ଅଭିମନ୍ୟୁ ବେହେରା ପରିଚାଳନା କରିଥିବା ବେଳେ ସମବାୟ ସମିତିର ନିର୍ଦ୍ଦେଶକ ବୃନ୍ଦ  ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର କାର୍ଯ୍ୟକର୍ତ୍ତା ସଭ୍ୟା ଙ୍କ ସମେତ ବିଭିନ୍ନ ଗ୍ରାମର ଚାଷୀ ବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ