ମା ମଙ୍ଗଳାଙ୍କ ବାସନ୍ତିକ ଦୁର୍ଗାପୂଜା

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ମନ୍ଦିର ରେ ଆଜି ଶୁକ୍ଳ ସପ୍ତମୀ ତିଥି ଠାରୁ ତିନି ଦିନାତ୍ମକ ବାସନ୍ତିକ ଦୁର୍ଗାପୂଜା ଆରମ୍ଭ ହେଉଛି ।ଏହି ଅବସରରେ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଚୈତ୍ର ମାସର ତୃତୀୟ ପାଳି ଯାତ୍ରା ଏବଂ ବାସନ୍ତିକ ଦୁର୍ଗାପୂଜା ପାଇଁ ନୀତି ନିର୍ଘଣ୍ଟ ହୋଇଛି ।ଆଜି ଠାରୁ ତିନିଦିନ ଅର୍ଥାତ୍ ୨୮,୨୯,୩୦ ତାରିଖ ପର୍ଯ୍ୟନ୍ତ ପୀଠରେ ବାସନ୍ତିକ ଦୁର୍ଗାପୂଜା ନୀତି ଅନୁଷ୍ଠିତ ହେଉଥିବାରୁ ଏହି ଦିବସ ଗୁଡିକରେ ସକାଳୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଙ୍କ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାସ ଦାଶ ପ୍ରକାଶ କରିଛନ୍ତି।ଆଶ୍ୱିନ ମାସର ଷୋଡଶ ଉପଚାର ପୂଜାନୀତି ଭଳି ଚୈତ୍ର ମାସ ର ଶୁକ୍ଳ ସପ୍ତମୀ,ଅଷ୍ଟମୀ, ଓ ନବମୀ ତିଥିରେ ୩ ଦିନ ବ୍ୟାପୀ ମା ଙ୍କ ବାସନ୍ତିକ ପୂଜା ଅନୁଷ୍ଠିତ ହେବ । ତୃତୀୟ ପାଳି ମଙ୍ଗଳବାର ଦିନ ମା ମଙ୍ଗଳା ଙ୍କୁ ସିଂହବାହିନୀ ବେଶ , ବୁଧବାର ଦିନ କାତିଖର୍ପର ବେଶ ଓ ଗୁରୁବାର ଦିନ ମହିଷା ମର୍ଦ୍ଧିନି ବେଶରେ ସଜ୍ଜିତ କରାଯିବ ।ମଙ୍ଗଳବାର ଦିନ ମା ଙ୍କ ସହସ୍ରା କୁମ୍ଭାଭିଷେକ ନୀତି ଅନୁଷ୍ଠିତ ହେବ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ବିରଞ୍ଚି ନାରାୟଣ ବେହେରା ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ