ଧନେଶ୍ଵର ଙ୍କ ସ୍ମୃତିଚାରଣ

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କଂଗ୍ରେସ କମିଟି ର ଉପସଭାପତି , କାକଟପୁର ଅଞ୍ଚଳ ର ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ସରପଞ୍ଚ ,ଶିକ୍ଷାବିତ୍,ସମାଜସେବୀ , ପରୋପକାରୀ ବ୍ୟକ୍ତି ଧନେଶ୍ଵର ପାଢୀ ଓ ତାଙ୍କ ସହଧର୍ମିଣୀ ପ୍ରମିଳା ପାଢୀଙ୍କ ଏକାଦଶାହ ଅବସର ରେ ଏକ ସ୍ମୃତିଚାରଣ ସଭା ତାଙ୍କ ଗ୍ରାମ ରାଏସ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ପାଢୀ ଦମ୍ପତି ଙ୍କ ସ୍କୃତିଚାରଣ ସଭା ରେ କାକଟପୁର ବ୍ଳକ କଂଗ୍ରେସ ସଭାପତି ଅବଧୁତ ସ୍ଵାଇଁ ସଭାପତିତ୍ଵ କରିଥିବାବେଳେ ସବୁ ରାଜନୈତିକ ଦଳର ନେତା ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ସ୍ଵର୍ଗତ୍ଵ ଧନେଶ୍ଵର ଏବଂ ତାଙ୍କ ସହଧର୍ମିଣୀଙ୍କ ସ୍ମୃତି ଚାରଣ କରିଥିଲେ । ଉକ୍ତ ସଭା ରେ ବିଜେଡି ନେତା ରଥ ଦାସ, ପୁରୀ ଜିଲ୍ଲା କଂଗ୍ରେସ ର ପୂର୍ବତନ ସଭାପତି ତଥା ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥ, ବିଜେପି ନେତା ତଥା ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ,କମ୍ଯୁନିଷ୍ଟ ନେତା ଆଶିଷ କାନୁନ୍‌ଗୋ, କାକଟପୁର ବ୍ଲକ ଅଧ୍ଯକ୍ଷ ଶ୍ରୀଧର ନାୟକ, କଂଗ୍ରେସ ନେତ୍ରୀ ପ୍ରତିମା ମଲ୍ଲିକ, ପୁରୀ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ନିରୁପମା ପାତ୍ର,କଂଗ୍ରେସ କୃଷକ ସେଲ ରାଜ୍ୟ ସଭାପତି ଅମୀୟ କୁମାର ପଟ୍ଟନାୟକ, ଅସ୍ତରଂଗ ବ୍ଲକ କଂଗ୍ରେସ ସଭାପତି ସୁକାନ୍ତ ମହାନ୍ତି,କଂଗ୍ରେସ ନେତା ଲକ୍ଷ୍ମୀଧର ଖୁଣ୍ଟିଆ, ପ୍ରଫୁଲ ନାୟକ, ହରିହର ସ୍ଵାଇଁ,ଶରତ ଚନ୍ଦ୍ର ବିଶ୍ବାଳ, ମନ୍ମଥ ସ୍ଵାଇଁ, ପୂବତନ ବ୍ଲକ ଅଧ୍ଯକ୍ଷ ବିପିନ ବିହାରୀ ମହାନ୍ତି, ଉପାଧ୍ଯକ୍ଷ ତୁଷାର ସ୍ଵାଇଁ,ସମିତି ସଭ୍ୟ ରାମଚନ୍ଦ୍ର ବିଶ୍ୱାଳ, ପ୍ରମୋଦ କୁମାର ଦାସ, ବିପିନ ସାର,ଯଶୋବନ୍ତ ମହାନ୍ତି, ହରିହର ମହାନ୍ତି, ନିରୋଧ ବରଣ ମହାନ୍ତି,ନଳିନୀ କାନ୍ତ ନାୟକ, ଗଗନ ବିହାରୀ ରାଉତ, ବିଚି ଦାଶ, ନଟ ମଲ୍ଲ, ସଂଗ୍ରାମ କେଶରୀ , ପ୍ରଦ୍ଭାତ ସ୍ଵାଇଁ ଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ସ୍ୱର୍ଗତ ପାଢୀଙ୍କ ପୁତ୍ର ବିଚିତ୍ର, ତରୁଣ, ବରେଣ୍ୟ ,ସଂଜୟ, ତପନ, ପବିତ୍ର, ବିଜୟ ବିଶ୍ୱାଳ, ରବି ସାସମଲ, ବାବୁ ସାସମଲ, ପ୍ରସନ୍ନ ବିଶ୍ୱାଳ ପ୍ରମୁଖ ସ୍ମୃତିସଭାର ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ