ଭଞ୍ଜନଗର ପ୍ରାରମ୍ଭ ତାଲିମ ଶିବିର ପରିଦର୍ଶନ କଲେ ଖଲ୍ଲିକୋଟ ଡାଏଟ୍ ଟିମ୍
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଜାତୀୟ ଶିକ୍ଷାନୀତି ୨୦୨୦ ଅନ୍ତର୍ଗତ ଏଫ୍.ଏଲ୍.ଏନ୍ କାର୍ଯ୍ୟକ୍ରମ ନିମିତ୍ତ ପ୍ରଥମରୁ ତୃତୀୟ ଶ୍ରେଣୀର ଶିକ୍ଷାର୍ଥୀଙ୍କୁ ପଢାଉଥିବା ତଥା ପ୍ରାଥମିକ ଶ୍ରେଣୀ ନିମିତ୍ତ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ନିମିତ୍ତ ପ୍ରାରମ୍ଭ ତାଲିମ ଶିବିର ସାରା ରାଜ୍ୟରେ ଚାଲୁ ରହିଛି ସେହି କ୍ରମରେ ଭଞ୍ଜନଗରରେ ଚାଲିଥିବା ଚାରିଗୋଟି ତାଲିମ ଶିବିରକୁ ଖଲିକୋଟ ଡାଏଟ୍ ର ପ୍ରଶିକ୍ଷକମାନେ ପରିଦର୍ଶନ କରି ତାଲିମ କାର୍ଯ୍ୟକ୍ରମର ତଦାରଖ କରିଛନ୍ତି ୟୁ.ବି ହାଇସ୍କୁଲ ଓ ଡି.ବି ଗମେଣ୍ଟ ଗାର୍ଲସ ହାଇସ୍କୁଲରେ ହୋଇଥିବା ଚାରିଗୋଟି ତାଲିମ ଶିବିରରେ ଦୁଇ ଶହ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ ନେଉଥିବା ବେଳେ ତାଲିମ ଦାତା ରୂପେ ବ୍ଳକର ସି.ଆର୍.ସି.ସି ମାନଙ୍କ ସମେତ ଡି.ଆର୍.ଜି ସଦସ୍ୟମାନେ ରହିଛନ୍ତି ତାଲିମ ଶିବିରରେ ଜାତୀୟ ଶିକ୍ଷାନୀତି୨୦୨୦, ଏଫ୍.ଏଲ୍.ଏନ୍, ବିଦ୍ୟା ପ୍ରବେଶ, ଗଣିତ କଳିକା ଆନ୍ଦୋଳନ ଭଳି କିଛି ନୂତନ ବିଷୟ ବସ୍ତୁ ସମେତ ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟାରେ C-R-A ପ୍ରଣାଳୀ ଅନୁସରଣ ଭଳି କିଛି ଗୁରୁତ୍ବପୂର୍ଣ୍ଣ ଧାରଣା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରଦାନ ସହ ପିଲାଙ୍କୁ କିପରି ନାଚ,ଗୀତ,ଚିତ୍ରାଙ୍କନ ଓ ନାନା ସହ ଶୈକ୍ଷିକ କାର୍ଯ୍ୟାବଳୀ ମାଧ୍ୟମରେ ବିଦ୍ୟାଳୟକୁ ଆକୃଷ୍ଟ କରାଯିବ ଏବଂ ଶିକ୍ଷାଦାନ କରାଯିବ ସେ ସମ୍ବନ୍ଧରେ ଏହି ତାଲିମରେ ଧାରଣା ପ୍ରଦାନ କରାଯାଉଛି ଭଞ୍ଜନଗରେ ଗତ ମାର୍ଚ୍ଚ ପଚିଶ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ଆଜି ଥିଲା ତୃତୀୟ ଦିବସ ଏହି ଅବସରରେ ଖଲ୍ଲିକୋଟ ଡାଏଟର ବରିଷ୍ଠ ପ୍ରଶିକ୍ଷିକା ଲିପିଶ୍ରୀ ଦେବୀ, ନିବେଦିତା ପାଢ଼ି ଓ ପ୍ରଶିକ୍ଷକ ଦେବେନ୍ଦ୍ରନାଥ ସାହୁ ପ୍ରମୁଖ ଭଞ୍ଜନଗରର ତାଲିମ ଶିବିର ଗୁଡିକୁ ପରିଦର୍ଶନ କରିଥିଲେ ସମ୍ବଳ ଶିକ୍ଷକ ରୂପେ ନିୟୋଜିତ ଡି.ଆର୍.ଜି ଶଙ୍କର୍ଷଣ ତ୍ରୀପାଠୀ,ଉମାକାନ୍ତ ମିଶ୍ର, ରାମ ପ୍ରସାଦ ମିଶ୍ର,ବଳରାମ ଦାଶ,ନେତାଜୀ ବିଷୋୟୀ,ପ୍ରଦୀପ କୁମାର ଶାସମଲ, ସି.ଆର୍.ସି.ସି ତ୍ରିନାଥ ବେହେରା, ମୋହନ ସାହୁ,ବିଭୁପ୍ରସାଦ ମହାପାତ୍ର,ବୃନ୍ଦାବନ ସେଠୀ, ସନ୍ତୋଷ କୁମାର ସାହୁ,ମନୋଜ କୁମାର ପାଳ ,ସୁନଲ ପାଣି,ଦେବୀ ପ୍ରସାଦ ଦାସ,ମନୋଜ ଗୌଡ ପ୍ରମୁଖ ଙ୍କ ଉପସ୍ଥିତିରେ ଡାଏଟ୍ ଟିମ୍ ତାଲିମ ପରିଚାଳନାର ତଦାରଖ କରିବା ସହ ସୁପରିଚାଳନା ହେତୁ ଖୁସି ବ୍ୟକ୍ତ କରିଥିଲେ ଏହି ତାଲିମ ଶିବିରକୁ ପରିଚାଳନା କରୁଥିବା ବି.ଆର୍.ଟି ଅନିଲ ମୁଦୁଲି, ଚିନ୍ମୟ ଦାସ, ସନ୍ତୋଷ ଶାସମଲ,ସୁଧିର ପାଣିଗ୍ରାହୀ ପ୍ରମୁଖ ସମସ୍ତ ସପୋର୍ଟିଂ ଷ୍ଚାପ ଉପସ୍ଥିତ ଥିଲେ


