ପାରଳା ନୂତନ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଭକ୍ତଙ୍କ ଦାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଚାଲିଥିବା ନୂତନ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟରେ ସହଯୋଗର ହାତବଢାଇ ଚାଲିଛନ୍ତି ବହୁ ଜଗନ୍ନାଥ ପ୍ରେମୀ ଏବଂ ଭକ୍ତମାନେ । ଏହି ପରିପ୍ରେକ୍ଷୀରେ ନିର୍ମାଣ କାର୍ଯ୍ୟ ଲାଗି ବ୍ୟବହୃତ ବିଭିନ୍ନ କାମରେ ନିୟୋଜିତ ଶ୍ରମିକଙ୍କ ପାରିଶ୍ରମିକ ଆଦି ପାଇଁ ଲୋକେ ଯାହାର ଯେତିକି ସାମର୍ଥ୍ୟ ଅନୁସାରେ ସ୍ୱଇଚ୍ଛାରେ ପ୍ରଦାନ କରୁଛନ୍ତି । ଏପରି ଭକ୍ତ ବା ଶ୍ରଦ୍ଧାଳୁମାନେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ସକାଶେ ବେଶ ମନବଳାଇ ଆଗଭର ହୋଇ ସହାୟତା ପ୍ରଦାନ କରୁଥିବାର ଲକ୍ଷ୍ୟ କରାଯାଉଛି । ଗତକାଲି ପାରଳାଖେମୁଣ୍ଡି ସହରର ଶ୍ରୀଜଗନ୍ନାଥଙ୍କ ଭକ୍ତ ଶ୍ରୀମତୀ ପ୍ରମିଳା ସାବତ ସପରିବାର ସହ ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥ ମନ୍ଦିରରେ ପହଞ୍ଚି ୩ ଦିଅଁଙ୍କୁ ପୂଜାଅର୍ଚ୍ଚନା କରି ମନ୍ଦିର ନିର୍ମାଣ ସକାଶେ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି. ପ୍ରତେକ ଦିନ ପାରଳାଖେମୁଣ୍ଡି ସହର, ପଡୋଶୀ ଆନ୍ଧ୍ର ଏବଂ ଆଖପାଖ ଅଞ୍ଚଳର ଭକ୍ତମାନେ ଏପରି ଭାବେ ଜଗନ୍ନାଥ ମନ୍ଦିରରେ ପହଞ୍ଚି ସହଯୋଗର ହାତ ବଢ଼ାଇ ଚାଲିଥିବା ଲକ୍ଷ୍ୟ କରାଯାଇଛି. ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କମିଟି ତଥା ଜଗନ୍ନାଥଙ୍କ ଭକ୍ତ ଦୁର୍ଗା ମାଧବ ପାଣିଗ୍ରାହୀଙ୍କ ସମେତ ନିର୍ମାଣ କମିଟିରେ ଥିବା ସମସ୍ତ ଭକ୍ତ ସହଯୋଗର ହାତ ବଢ଼ାଇ ଚାଲିଥିବା ଭକ୍ତ ମାନଙ୍କୁ ସାଧୁବାଦ ଜଣାଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ