ଭରତପୁର ପ୍ରାଥମିକ କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପ୍ରାଥମିକ କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ସଭା ସ୍ଥାନୀୟ କନ୍ତିଆ ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ବସନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଉପସଭାପତି ମମତା ଜେନା, ନିର୍ଦେଶକ ପ୍ରସନ୍ନ କୁମାର ମଲ୍ଲିକ, ଶ୍ରୀଧର ସାମଲ, କିଶୋର ଚନ୍ଦ୍ର ଜେନା, ଶାରଦା ପ୍ରସନ୍ନ ରାଉତ, ଅକ୍ଷୟ ମନ୍ତ୍ରୀ, ମନୋରମା ସ୍ୱାଇଁ, ସନ୍ତୋଷ ଦାସ, ଅଗସ୍ତି ସେଣ, ଜ୍ଞାନପ୍ରସନ୍ନ ରାଉତ, ତୁଳସୀ ସେଠୀ, ଅର୍ଚ୍ଚନା ନାୟକ, ଗୈାରାଙ୍ଗ ଲେଙ୍କା, ବିଶ୍ୱଜିତ ସାମଲ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କେନ୍ଦ୍ରାପଡା ଶାଖା ପରିଚାଳକ ତାପସ ପ୍ରସାଦ ସିଂ ବ୍ୟାଙ୍କିଙ୍ଗ ସେବା, ଋଣ ପ୍ରଦାନ ଓ ଆଦାୟ ସମ୍ପର୍କରେ ଆଲୋଚନା କରିଥିଲେ । ସମିତିର ସମ୍ପାଦକ ସୁବୋଧ କୁମାର ଲେଙ୍କା ବାର୍ଷିକ ବିବରଣୀ ପାଠ କରିବା ସହ ଆୟ ବ୍ୟୟ ଉପସ୍ଥାପନ କରିଥିଲେ । ଏଥିସହିତ ମନି ବ୍ୟାଙ୍କ, ସାର, ବିହନ ପ୍ରଭୃତି ଯୋଗାଣ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ସହ ସମ୍ପାଦକ ଶାରଦା ପ୍ରସନ୍ନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିତିର କର୍ମଚାରୀ ଜଗନ୍ନାଥ ସେଣ, ସ୍ମୃତି ପ୍ରିୟଦର୍ଶିନୀ ଦାସଙ୍କ ସମେତ ବରିଷ୍ଠ ସଭ୍ୟ ରାଜକିଶୋର ମହାନ୍ତି, ବିଜୟ ସ୍ୱାଇଁ, ରବିନ୍ଦ୍ର ମୋହନ ଦାସ, ବାଳକୃଷ୍ଣ ସ୍ୱାଇଁ, ନିରଞ୍ଜନ ନାୟକ, ସୁବୋଧ ଦାସ, ଜାନକି ସେଠୀ, ନାରାୟଣ ଦାସ, ଶରତ ସାମଲ, ବିପିନ ବିହାରି ବାରିକ ପ୍ରମୁଖ ଶତାଧିକ ଚାଷି ଓ ସମିତିର ସଭ୍ୟମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ