କର୍ଣ୍ଣାଟକ ପୋଲିସ ଏଣିକି ମହିଳାଙ୍କୁ ଘରେ ଛାଡିବ
କର୍ଣ୍ଣାଟକ : ଦ୍ରୁତ ଗତିରେ ଦୁଷ୍କର୍ମ ସଂଖ୍ୟା ବଢିଚାଲିଥିବା ବେଳେ ମହିଳା ମାନଙ୍କୁ ସୁରକ୍ଷା ଦେବା ନିମନ୍ତେ କର୍ଣ୍ଣାଟକ ପୋଲିସ ନିଆରା ପଦକ୍ଷେପ ଗ୍ରହଣ କରିଛି ।ଏଠାକାର ପୋଲିସ ମହିଳା ମାନଙ୍କୁ ରାତ୍ରରେ ସୁବିଧାରେ ଛାଡିବା ଆରମ୍ଭ କଲାଣି । ଦେଶରେ ପ୍ରତିଦିନ ଦୁଷ୍କର୍ମ ବଢିବା ସହ ମହିଳା ମାନେ ରାସ୍ତାରେ ଯିିବାକୁ ଭୟଭୀତ କରୁଥିବା ବେଳେ ପୋଲିସର ଏହି ଭଳି ପଦକ୍ଷେପକୁ ବିଭିନ୍ନ ଦିଗରୁ ପ୍ରଂଶସା କରାଯାଇଛି । ରାତ୍ର ୧୦ ଟା ଠାରୁ ସକାଳ ୬ ଟା ମଧ୍ୟରେ ଯେକୈାଣସି ମହିଳା ନିଜକୁ ସୁରକ୍ଷିତ ମଣୁନାହାନ୍ତି ସେହି ମାନେ କଲକରି ପୋଲିସର ସହାୟତା ନେଇପାରିବେ । ଏଥିସହ ମହିଳା ମାନଙ୍କୁ ମାଗଣାରେ ଓ ସୁରକ୍ଷିତ ଭାବେ ନିଜର ଘରେ ପହଞ୍ଚାଇବ । ଏହାକୁ ନେଇ ଗଡଗ ପୁଲିସ ଅଧୀକ୍ଷକ ଶ୍ରୀନାଥ ଜୋଶୀ କହିଛନ୍ତି ।


