ସହାୟକ ପକ୍ଷରୁ ମାନବ ଖାଦ୍ୟ ସମ୍ପର୍କିତ ସଚେତନତା

ବାଲେଶ୍ୱର, (ସରୋଜ ପଣ୍ଡା):ସ୍ୱେଚ୍ଛାସେବୀ ସଂଗଠନ ‘ସହାୟକ’ ପକ୍ଷରୁ ଦୈନିକ ଜୀବନ ଚର୍ଯ୍ୟାରେ ମାନବ ଶରୀର ପାଇଁ ଆବଶ୍ୟକ ଖାଦ୍ୟ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ସଂଘ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ଡ. କ୍ଷିତୀଶ୍ୱର ଦାଶ ଅଧ୍ୟକ୍ଷତା କରିଥିଲେ । ‘ଯୁବ ବିକାଶ’ର ନିର୍ଦ୍ଦେଶକ ଗୋବିନ୍ଦ ଦଳାଇ ଯୋଗଦେଇ ସାମ୍ପ୍ରତିକ ଜୀବନ ଚର୍ଯ୍ୟାରେ ଆବଶ୍ୟକ ସୁଷମ ଓ ସନ୍ତୁଳିତ ଖାଦ୍ୟ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ଚଳିତ ବର୍ଷଠାରୁ ମାଣ୍ଡିଆକୁ ଜାତୀୟ ଖାଦ୍ୟ ବ୍ୟବସ୍ଥାରେ ଗ୍ରହଣ କରାଯିବାର ଆଭିମୁଖ୍ୟ ସମ୍ପର୍କରେ ସେ ବିସ୍ତୃତ ଆଲୋଚନା କରିଥିଲେ । ବିଶେଷକରି ବୟସ୍କ ବ୍ୟକ୍ତିମାନେ ମାଣ୍ଡିଆ ଭଳି ଶସ୍ୟକୁ ଦୈନିକ ଖାଦ୍ୟରେ ଗ୍ରହଣ କଲେ ମଧୁମେହ ଜନିତ ସମସ୍ତ ରୋଗରୁ ମୁକ୍ତି ମିଳିବ ବୋଲି ଶ୍ରୀ ଦଳାଇ ବୁଝାଇଥିଲେ । ଏହି ଅବସରରେ ‘ଯୁବ ବିକାଶ’ ପକ୍ଷରୁ ମିଲେଟ ଶସ୍ୟରେ ପ୍ରସ୍ତୁତ ଖାଦ୍ୟ ପରିବେଷଣ କରାଯାଇଥିଲା । ‘ସହାୟକ’ର ପ୍ରତିଷ୍ଠାତା ସଭ୍ୟ ଧୀରେନ୍ଦ୍ର ନାରାୟଣ ଦାସ, ଇଂ. ବନମାଳି ନାୟକ, ଉପ-ସଭାପତି ସାବିତ୍ରୀ ଦାସ ପ୍ରମୁଖ ମଞ୍ଚାସୀନ ଥାଇ ନୂତନ ଭାବେ ପୃଷ୍ଠପୋଷକ ସଦସ୍ୟତା ଗ୍ରହଣ କରିଥିବା ସଂଜୀବ ନାୟକ, ଡ. ପ୍ରଣବ କୁମାର ଦାସ, ଡ. କୁମାର ଗୋପାଳ, ରାଜେନ୍ଦ୍ର କୁମାର ରାଉତ ଓ ଦୀପ୍ତିଲତା ଦାସଙ୍କୁ ସ୍ୱାଗତ କରାଯାଇଥିଲା । ସାଧାରଣ ସମ୍ପାଦକ ବିଜୟ ଦାସ ଅଧିକାରୀ ‘ସହାୟକ’ ପକ୍ଷରୁ ଗ୍ରହଣ କରାଯାଇଥିବା ଜନକଲ୍ୟାଣ କାର୍ଯ୍ୟର ବିବରଣୀ ଉପସ୍ଥାପନ କରିଥିଲେ । କୋଷାଧ୍ୟକ୍ଷ ସୁରେନ୍ଦ୍ର ନାୟକ ଆୟବ୍ୟୟର ବିବରଣୀ ପାଠ କରିଥିଲେ । ବରିଷ୍ଠ ସଦସ୍ୟ କୃତ୍ତିବାସ ଆଚାର୍ଯ୍ୟ, ଅକ୍ଷୟ କୁମାର ତ୍ରିପାଠୀ, ସୁଦର୍ଶନ ଦାସ, ସଚୀନ୍ଦ୍ର ଦାସ, ସେକ୍ ଆଲ୍ଲାଉଦ୍ଦିନ୍‌, ଶ୍ୟାମସୁନ୍ଦର ଜେନା, ଗଙ୍ଗାଧର ପୃଷ୍ଟି, ଭବେଶ ଚନ୍ଦ୍ର ପଣ୍ଡା, କାମିନୀକାନ୍ତ ପାଢ଼ୀ, ପ୍ରଫୁଲ୍ଲ କୁମାର ଦାସ, ନିରଞ୍ଜନ ପରିଡ଼ା, ଜ୍ଞାନେନ୍ଦ୍ର ସାହୁ, ପୁଷ୍ପଲତା ମହାନ୍ତି, ଲକ୍ଷ୍ମୀପ୍ରିୟା ଜେନା, ପ୍ରତିମା ପଣ୍ଡା, ପ୍ରଣିତା ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଗୌରାଙ୍ଗ ପାଣିଗ୍ରାହୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ