ଡାକ୍ତର ଶ୍ରୀକାନ୍ତ ମହାନ୍ତିଙ୍କ ଦୁଇଟି ପୁସ୍ତକ ଲୋକାର୍ପିତ

ବାଲେଶ୍ୱର, (ସରୋଜ ପଣ୍ଡା):ଖଇରା ବ୍ଲକ ଅମରିଆ ଅଞ୍ଚଳର ଅବସର ପ୍ରାପ୍ତ ଚିକିତ୍ସକ ଡା. ଶ୍ରୀକାନ୍ତ ମହାନ୍ତିଙ୍କ ଦୁଇଟି ପୁସ୍ତକ‘ଦାୟୀକିଏ’ ଏବଂ ‘ସୌଭାଗ୍ୟଲକ୍ଷ୍ମୀ’ ରବିବାର ଲୋକାର୍ପିତ ହୋଇଯାଇଛି । ଅମରିଆଠାରେ ଆୟୋଜିତ ଉତ୍ସବରେ ମାୟାଧର ନାୟକ ପୌରୋହିତ୍ୱ କରିଥିଲେ । ଡା. ଶ୍ରୀମହାନ୍ତିଙ୍କ ମାଇଁ ଶାନ୍ତିଲତା ମହାନ୍ତି ଏବଂ ଜୟନ୍ତୀଲତା ମହାନ୍ତି ଏହି ଦୁଇଟି ପୁସ୍ତକକୁ ଲୋକାର୍ପଣ କରିଥିଲେ । ବିଶିଷ୍ଟ ସାହିତ୍ୟିକ ଡ. ରମାକାନ୍ତ ବେହେରା ମୁଖ୍ୟଅତିଥି ଭାବେଯୋଗ ଦେଇ ଡା. ମହାନ୍ତିଙ୍କ ଦୁଇ ପୁସ୍ତକକୁ ଉନ୍ମୋଚନ କରିଥିଲେ । ଶିକ୍ଷଣୀୟ ବିଷୟବସ୍ତୁ ସମ୍ବଳିତ ଏହି ଦୁଇ ପୁସ୍ତକ ପାଠକୀୟ ଆଦୃତି ଲାଭ କରିବ ବୋଲି ଆଶାବ୍ୟକ୍ତ କରିଥିଲେ । ସୁବର୍ଣ୍ଣଶ୍ରୀ ପ୍ରକାଶିନୀର ମୁଖ୍ୟ କବି କାଳୀପଦ ପଣ୍ଡା, ଦୈନିକ ଖବରକାଗଜ ‘ଆଜିକାଲି’ର ପରିଚାଳନା ସମ୍ପାଦକ ସମଜାସେବୀ ଲକ୍ଷ୍ମୀନାରାୟଣ ମହାନ୍ତି ଓ ପ୍ରକାଶକ କିଶୋର ଚନ୍ଦ୍ର ଦାସ, ପ୍ରଫେସର ଉମେଶ ଚନ୍ଦ୍ର ନାୟକ, ଡ. ବ୍ରଜମୋହନ ମିଶ୍ର, ଅଧ୍ୟାପକ ମନୀନ୍ଦ୍ର ଦୀକ୍ଷିତ୍‌, ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେଯୋଗ ଦେଇ ଡାକ୍ତର ମହାନ୍ତିଙ୍କ ଦୁଇ ପୁସ୍ତକ ଦୁଇ ପୁସ୍ତକର ଲିଖନ ଶୈଳୀ ଓ ବୋଧଗମ୍ୟ ଶବ୍ଦ ସଂଯୋଜନାକୁ ଉଚ୍ଚ ପ୍ରଶଂସା କରିଥିଲେ । ଡ. ଶଚୀନ୍ଦ୍ର ରାଉଳ ଏବଂ କୈଳାସ ଚନ୍ଦ୍ର ପୃଷ୍ଟି ପୁସ୍ତକ ଦୁଇଟିକୁ ସମୀକ୍ଷା କରିଥିଲେ । ଡା. ଶ୍ରୀକାନ୍ତ ମହାନ୍ତି ନିଜର ଲେଖକୀୟ ଅନୁଭୁତି ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଶିକ୍ଷକ ହରିହର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣକ ରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ