ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ସହରର ମଧ୍ୟ ଭାଗରେ ରହିଥିବା ସରକାରୀ ଅଭ୍ୟାସ ମୌଳିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କାର୍ଯ୍ୟରତ ଥିବା ପ୍ରଧାନ ଶିକ୍ଷୟିତ୍ରୀ ରୀତାରାଣୀ ମହାପାତ୍ରଙ୍କୁ ବିଦ୍ୟାଳୟ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ଏହି ଅବସରରେ ଆୟୋଜିତ ସଭାରେ ଭଞ୍ଜନଗର ବ୍ଳକର ଏ.ବି.ଇ.ଓ ଜୋତ୍ସା ଦେବୀଙ୍କ ସମେତ ସି.ଆର୍.ସି.ସି ବିଭୁ ପ୍ରସାଦ ମହାପାତ୍ର ଉପସ୍ଥିତ ରହି ବି.ଇ.ଓ ଏସ୍. ଧନଞ୍ଜୟଙ୍କ ନିର୍ଦ୍ଦେଶ ପ୍ରକାରେ ଅବସର ଦିନ ହିଁ ଅବସର କାଳୀନ ପେନସନ୍ , ଗ୍ରାଚ୍ୟୁଟି ,ଅବ୍ୟବହୃତ ଛୁଟି ନିମିତ୍ତ ପ୍ରାପ୍ୟ ବାବଦକୁ ରହିଥିବା ସରକାରୀ ନିୟମ ପ୍ରକାରେ ସମସ୍ତ ଡକ୍ୟୁମେଣ୍ଟ ପ୍ରଦାନ କରିଥିଲେ ବିଦ୍ୟାଳୟର ସହକାରୀ ଶିକ୍ଷକ ବାବୁଲି ପ୍ରଧାନ, ଶିକ୍ଷୟିତ୍ରୀ ଶାନ୍ତିଲତା ବେହେରା, ଲୋପାମୁଦ୍ରା ରଥ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ ଅବସର ନେଇଥିବା ପ୍ରଧାନ ଶିକ୍ଷୟିତ୍ରୀ ରୀତାରାଣୀ ମହାପାତ୍ର ଜଣେ କବୟିତ୍ରୀ ରୂପେ ମଧ୍ୟ ପରିଚିତ ତଥା ଘୁମୁସର ଲେଖିକା ସଂସଦର ସେ ସଭାନେତ୍ରୀ ମଧ୍ୟ ରହିଛନ୍ତି ଅବସର ଦିନ ହିଁ ପେନସନ ତଥା ଅନ୍ୟାନ୍ୟ କାଗଜପତ୍ର ପ୍ରଦାନ କରାଯାଇଥିବାରୁ ସେ ବି.ଇ.ଓ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ନିଜର ଅବସର ଜୀବନକୁ ସେ ସାହତ୍ୟ ତଥା ସମାଜ ସେବାରେ ଲଗାଇବେ ବୋଲି ପ୍ରକାଶ କରିଛନ୍ତି


