ଘୋଡାହଡ ନଦୀ ରେ ବୁଡି ସରକାରୀ କର୍ମଚାରୀ ମୃତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ନିକଟସ୍ତ ଘୋଡ଼ାହାଡ ନଦୀ ରେବୁଡି ମଙ୍ଗଳବାର ସକାଳୁ ସାନଖେମୁଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ପିଅନଙ୍କ ଅକାଳ ବିୟୋଗ ଘଟିଥିବା ଜଣାପଡିଛି । ମୃତ କର୍ମଚାରୀ ଜଣକ ହେଲେ ମହାନଳା ଗ୍ରାମର ଉମାକାନ୍ତ ସାହୁ (୫୪) ଖବର ପ୍ରକାରେ ଉମାକାନ୍ତଙ୍କ ଘର ମହାନଳା ଗ୍ରାମରେ ହୋଇଥିଲେ ମଧ୍ୟ ସେ ସପରିବାର ସହ ବ୍ରହ୍ମପୁରରେ ରହି ଆସୁଥିଲେ । ସେ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାମ ସାରିବା ପରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବ୍ରହ୍ମପୁର ଚାଲି ଯାଉଥିଲେ । ତେବେ ଆଜିଠାରୁ ଗ୍ରାମରେ ଠାକୁରାଣୀ ଯାତ୍ରା ହେଉଥିବା ବେଳେ ଗତ ଦୁଇଦିନ ହେବ ପରିବାର ସହ ଗ୍ରାମକୁ ଆସିଥିଲେ । ଆଜି ସକାଳୁ ନିକଟସ୍ଥ ଘୋଡାହଡ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡି ଯାଇଥିଲେ ନଦୀରେ ଗାଧୋଉଥିବା ଗ୍ରାମବାସୀ ବୁଡି ଯାଉଥିବା ଦେଖି ଉଦ୍ଧାର କରିବା ସମ୍ଭବ ନହେବାରୁ ପାଟପୁର ପୋଲିସ ଏବଂ ସାନଖେମୁଣ୍ଡି ଦମକଳ ବାହିନୀ ଙ୍କୁ ଖବର ଦେବାପରେ ପୋଲିସ କର୍ମଚାରୀ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉମାକାନ୍ତଙ୍କୁ ନଦୀ ରୁଉଦ୍ଧାର କରି ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ଉପସ୍ଥିତ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ପାଟପୁର ପୋଲିସ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ମୃତଦେହ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଯାଇଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି ।


