ବନ୍ଧୁକ ଦେଖାଇ ହତ୍ୟା ଧମକ,କାବୁ କଲେ ସ୍ଥାନୀୟ ଲୋକେ

ହାଟଡିହି ,(ଯୁଗାବ୍ଦ ନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ଛେନା ପଦି ଛକରେ ରବିବାର ଦିନ ସଂନ୍ଧ୍ୟାରେ ଦୁଇ ଜଣ ଦୁବୁୁର୍ତ୍ତ ତିନି, ଚାରୀ ଜଣ ଯୁବବଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଉଥିବା ସମୟରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇ ଦୁଇ ଜଣ ଯୁବକଙ୍କୁ କାବୁ କରିବା ସହ ଥାନାରେ ଜିମା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଦୁଇ ଜଣ ଯୁବକ ବନ୍ଧୁକ ଧରି ୩ ଜଣ ଯୁବକଙ୍କୁ ଅଟକାଇବା ସହ କାହିଁକି ଆମକୁ ଗାଳି ଗୁଲଜ କରୁଥିଲ ବୋଲି କହି ଯୁବକ ୩ ଜଣଙ୍କୁ ହତ୍ୟା ଧମକ ଦେଇଥିଲେ ।ସେହି ଯୁବକ ମାନେ ଆମେ ଗାଳି କରିନଥିବା କଥା ସ୍ପଷ୍ଟ କରିଥିବା ବେଳେ ମଧ୍ୟ ଦୁଇ ଜଣ ଯୁବକ ବୁଝିନଥିଲେ ।ଏଭଳି ସ୍ଥାନୀୟ ଲୋକେ ଦେଖି କାବୁ କରିବା ସହ ଥାନାରେ ଜିମା ଦେଇଥିଲେ ।ଯୁବକମାନେ ଯାଜପୁର ଜିଲ୍ଲା ର ବୋଲି ଜଣାପଡିଛି । ପୋଲିସ ସେମାନଙ୍କୁ ଥାନାରେ ଅଟକରଖି ପଚାରାଉଚାରା କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ