ବନ୍ତ ମଣ୍ଡଳ ବିଜେପି ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଛୟାଳସିଂହ ଠାରେ ବନ୍ତ ମଣ୍ଡଳ ବିଜେପି ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଦଳୀୟ ପତାକା ଉତ୍ତୋଳନ କରାଯାଇଥିଲା । ମଣ୍ଡଳ ସଭାପତି ଖଗେଶ୍ୱର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସନ୍ତୋଷ ନାୟକ, ଗଦାଧର ରାଉତ, ଅରୁଣ ପାଣିଗ୍ରାହୀ, ଜିତେନ ନାଥ, ଭରତ ଗିରି, ବସନ୍ତ ବାରିକ, ପ୍ରଦୀପ ବାରିକ, ରାଜୁ ଗିରି, ରଂଜନ ଦାସ,ପ୍ରସନ୍ନ ଗିରିଙ୍କ ସମେତ ଅନ୍ୟ ମାନେ ଯୋଗ ଦେଇ ପ୍ରତିଷ୍ଠା ଦିବସ ସଂପର୍କରେ ଆଲୋକପାତ କରିଥିଲେ ।


