ପଛୁଆବର୍ଗର ଲୋକ ଚିହ୍ନଟ ପ୍ରଶିକ୍ଷଣ ଶିବିର

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ପଛୁଆବର୍ଗ ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତିର ସର୍ବେକ୍ଷଣ ନେଇ ନିୟୋଜିତ କର୍ମଚାରୀମାନଙ୍କୁ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବିଡିଓ ପ୍ରଦୀପ କୁମାର ସେଠୀ, ତହସିଲଦାର ଅଙ୍କିତା ବାରିକ, ଏବିଡିଓ ନିଶିକାନ୍ତ ଖୁଣ୍ଟିଆ ଯୋଗଦେଇ ସମସ୍ତ ପଞ୍ଚାୟତରେ ମେ ୧ ଠାରୁ ୨୦ ପର୍ଯ୍ୟନ୍ତ ହେବାକୁ ଥିବା ସମାଜରେ ପଛୁଆବର୍ଗ ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତିର କିପରି ସର୍ବେକ୍ଷଣ କରାଯିବ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ । ପ୍ରଶିକ୍ଷିକା ସୁଶ୍ରୀ ସଙ୍ଗୀତା ନାୟକ ଓ ମିତା ବନାରା ଗଣନାକାରୀ ଭାବେ ନିଯୁକ୍ତି ପାଇଥିବା ଅଙ୍ଗନୱାଡି କର୍ମୀ ଓ ସୁପରଭାଇଜର ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ