‘ଉତ୍କଳମଣି’ଙ୍କ ଜନ୍ମପୀଠ ପରିରଦର୍ଶନ କଲେ ମଧୁସୂଦନ ସାଂସ୍କୃତକ ପରିଷଦ ସଦସ୍ୟ
ବାଲେଶ୍ୱର, (ସରୋଜ ପଣ୍ଡା):‘ଉତ୍କଳ ଗୌରବ ମଧୁସୂଦନ ସାଂସ୍କୃତିକ ପରିଷଦ’ବାଲେଶ୍ୱର ଶାଖାର କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟାମାନେ ୮ତାରିଖ ପୁରୀ ଜିଲା ସୁଆଣ୍ଡୋରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ପରିଦର୍ଶନ କରିଛନ୍ତି । ଦୈନିକ ଖବରକାଗକ ‘ଆଜିକାଲି’ର ପରିଚାଳନା ସମ୍ପାଦକ ତଥା ପରିଷଦର ସଭାପତି ଲକ୍ଷ୍ମୀନାରାୟଣ ମହାନ୍ତିଙ୍କ ସମେତ ୪୭ ଜଣ ସଦସ୍ୟ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଜନ୍ମପୀଠରେ ପହଞ୍ଚି ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ସେଠାରେ ଶ୍ରୀମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଭୁବନେଶ୍ୱରରୁ ସୀତା ବଲ୍ଲଭ ମହାପାତ୍ର ମୁଖ୍ୟଅତିଥି ଭାବେଯୋଗ ଦେଇ ଗୋପବନ୍ଧୁଙ୍କ ତ୍ୟାଗପୂତ ଜୀବନୀ ଓ ସମାଜସେବା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଗୋପବନ୍ଧୁଙ୍କ ଅଣନାତି ରବୀନ୍ଦ୍ର ନାଥ ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଉତ୍କଳମଣିଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ । ସୁଆଣ୍ଡୋ ଅଞ୍ଚଳର ଅଧ୍ୟାପକ ଶରତ ଚନ୍ଦ୍ର ରଥ, ପରିଷଦର ସମ୍ପାଦକ ଆଇନଜୀବୀ ପୁରୁଷୋତ୍ତମ ବିଶ୍ୱାଳ ପ୍ରମୁଖ ସମ୍ମାନିତ ଅତିଥି ଭାବେଯୋଗ ଦେଇ ଓଡ଼ିଶାବାସୀଙ୍କ ପ୍ରତି ଗୋପବନ୍ଧୁଙ୍କ ଅବଦାନ ସମ୍ପର୍କରେ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତୁଷାରକାନ୍ତ ମହାପାତ୍ର, ଶୁଭେନ୍ଦୁ କୁମାର ପଟ୍ଟନାୟକ, ପ୍ରଜ୍ଞା ପାରମିତା ବିଶ୍ୱାଳ, ଭାବଗ୍ରାହୀ ମହାନ୍ତି, ଡ. ରମାକାନ୍ତ ବେହେରା, ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ପର୍ଶୁରାମ ଦ୍ୱିବେଦୀ, ପ୍ରତାପ ଚନ୍ଦ୍ର ମହାନ୍ତି, ପ୍ରତାପ ପଣ୍ଡା, ଗୌରୀ ବାରିକ୍, ସୁଶୀଲ ଦତ୍ତ, ବୀରେନ୍ଦ୍ର ଜେନା, ସୌରୀଶଙ୍କର ପରିଡ଼ା, ସେକ ସାଇରୁଲ ହକ୍ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସଭାପରେ ପରିଷଦର ସଦସ୍ୟମାନେ ଗୋପବନ୍ଧୁଙ୍କ ସଂଗ୍ରହାଳୟ, ଷଠିଘର ବୁଲି ଦେଖିବା ସହ କର୍ମଭୂମି ସତ୍ୟବାଦୀ ଯାଇଥିଲେ ।


