ମାସିକ ଋତୁସ୍ରାବର ଘରୋଇ ଉପଚାର
ମାସିକ ଋତୁସ୍ରାବ ମହିଳାଙ୍କ ଶରୀରରେ ହେଉଥିବା ପରିବର୍ତ୍ତନ ଭିତରୁ ଗୋଟିଏ । ପ୍ରତ୍ୟେକ ମହିଳାଙ୍କୁ ପ୍ରତି ମାସରେ ମାସିକ ଋତୁସ୍ରାବ କଷ୍ଟ ଦେଇ ଯିବାକୁ ପଡିଥାଏ । ଉକ୍ତ ସମୟରେ ମହିଳାଙ୍କୁ ନାହିନଥିବା ଅସୁବିଧା ଭୋଗିବାକୁ ପଡେ । ଏହି ସମୟରେ ମହିଳାଙ୍କୁ ଅନିୟମିତ ପିରିୟଡସ୍ ମଧ୍ୟ ହୋଇଥାଏ । ଯଦି ଆପଣଙ୍କ ସହ ମଧ୍ୟ ଏପରି କିଛି ହେଉଛି ତେବେ ଏହାକୁ ଖାମଖିଆଲ ଭାବେ ନ ନେଇ ଡାକ୍ତରଙ୍କୁ ଦେଖାନ୍ତୁ। କିଛି ଘରୋଇ ଉପାୟ ଆପଣାଇ ମଧ୍ୟ ଏହାକୁ ଆପଣ ଏଡାଇପାରିବେ । ଯାହାଫଳରେ ଅନିୟମିତତା ସମସ୍ୟା ଖୁବ୍ କମ୍ ଦେଖାଦେଇଥାଏ ।
ଶୁଖିଲା ଧନିଆ : ଗୋଟିଏ ଚାମଚ ଶୁଖିଲା ଧନିଆର ମଞ୍ଜିକୁ ଦୁଇ କପ୍ ପାଣିରେ ଫୁଟାନ୍ତୁ ଏବଂ ଏହାର ମଞ୍ଜିକୁ ଛାଣି ଏହି ପାଣିକୁ ପିଅନ୍ତୁ । ପିରିୟଡସ୍ ଅନିୟମିତତା ବନ୍ଦ ହେବା ସହ ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ମିଳିବ ।
କଞ୍ଚା ଅମୃତଭଣ୍ଡା : ଯଦି ମାସିକ ଋତୁସ୍ରାବରେ ଅନିୟମିତତା ଦେଖାଦେଉଛି ତେବେ କଞ୍ଚା ଅମୃତଭଣ୍ଡା ଖାଆନ୍ତୁ । ଏଥିରେ ପିରିୟଡସ୍ ସମୟରେ ହେଉଥିବା ରକ୍ତସ୍ରାବ ସନ୍ତୁଳିତ ହୋଇଥାଏ ଏବଂ ମାଂସପେଶୀକୁ ଫାଇବର ପ୍ରାପ୍ତ ହୋଇଥାଏ ।
ଚହ୍ଲା ପିଅନ୍ତୁ : ଗରମରେ ଚହ୍ଲା ପିଇବା ଅମୃତ ପିଇବା ଭଳି ହୋଇଥାଏ କିନ୍ତୁ ଏଥିରେ ମାସିକ ଋତୁସ୍ରାବ ଭଳି ଅସୁବିଧା ମଧ୍ୟ ଦୂର ହୋଇଥାଏ । ଆପଣଙ୍କୁ କହିରଖୁଛୁ ଚହ୍ଲାରେ କ୍ୟାଲସିୟମ୍ ,ପୋଟାସିୟମ୍ ,ପ୍ରୋଟିନ୍ ଏବଂ ଭିଟାମିନ୍-ବି ଭଳି ପୋଷକ ତତ୍ତ୍ବ ଥାଏ ।
ଗୁଡ : ଗୁଡରେ ମିନାରଲ୍ ଏବଂ ଆଇରନର ମାତ୍ରା ଅଧିକ ଥିବାରୁ ପ୍ରତିଦିନ ଗୁଡ ଖାଇବା ଦ୍ୱାରା ମାସିକ ଋତୁସ୍ରାବ ନିୟମିତ ହୋଇଥାଏ । ଘିକୁଆଁରୀ : ଘିକୁଆଁରୀ ରସ ବାହାର କରନ୍ତୁ ଏବଂ ଏଥିରେ ମହୁ ମିଶାନ୍ତୁ । ଏହାକୁ ସକାଳ ଜଳଖିଆ ପୂର୍ବରୁ ସେବନ କରନ୍ତୁ, ନିୟମିତ ମାସିକ ଋତୁସ୍ରାବ ହେବ ।
ଜିରା : ଦୁଇ ଚାମଚ ଜିରା ରାତିରେ ପାଣିରେ ଭିଜେଇ ରଖନ୍ତୁ। ସକାଳୁ ଏହି ପାଣିକୁ ଜିରା ସହ ପିଅନ୍ତୁ ଏଥିରେ ରକ୍ତସ୍ରାବ ଠିକ୍ ହେବ ।
ହଳଦୀ : କ୍ଷୀରରେ କିମ୍ବା ଅନ୍ୟ କୌଣସି ପାନୀୟରେ ହଳଦୀର ସେବନ କରିବା ଦେହ ପାଇଁ ବହୁତ ଭଲ ହୋଇଥାଏ । ଏଥିରେ ହର୍ମୋନ୍ ସନ୍ତୁଳିତ ହୋଇ ରହିଥାଏ ।


