ଚାରି ଲେନ ରାସ୍ତା ର ଭିତ୍ତିପ୍ରସ୍ତର ସ୍ଥାପନ

ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡ଼ା ପୂର୍ତ୍ତ ବିଭାଗ ଅଧୀନସ୍ଥ ନିମାପଡ଼ା – ପିପିଲି ମୁଖ୍ୟ ରାସ୍ତାର ଏ ନ ଏସି ମଧ୍ୟ ଦେଇ ଯାଇଥିବା ସାଢେ଼ ତିନି କିଲୋମିଟର ରାସ୍ତାକୁ ୪ ଲେନ କରିବା ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।ନିମାପଡ଼ା ଏ ନ ଏସି ରେ ଟ୍ରାଫିକ ସମସ୍ୟା ର ସମାଧାନ ପାଇଁ ତଳ ଅଣ୍ଢିଆ ଠାରୁ କୁଶଭଦ୍ରା ବ୍ରିଜ ପର୍ଯ୍ୟନ୍ତ ୩.୪ କିଲୋମିଟର ରାସ୍ତାକୁ ୧୭ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟରେ ୪ ଲେନ ବିଶିଷ୍ଟ କରାଯିବ ।ଏହି ରାସ୍ତାରେ ଥିବା ନିମାପଡ଼ା ଜୟଗୁରୁ ଆଶ୍ରମ ଛକ ନିକଟରେ ନିମାପଡ଼ା ବ୍ରାଞ୍ଚ କେନାଲ ଓ ତଳ ଅଣ୍ଡିଆ ଛକ ନିକଟରେ ଥିବା ମାଇନର କେନାଲ ବନ୍ଧ ଉପରେ ପୋଲ ନିର୍ମାଣ ହେବ ।ଚାରି ଲେନ ରାସ୍ତାର ମଝିରେ ସିମେଣ୍ଟ ର ଡିଭାଇଡର କରାଯାଇ ମଝିରେ ଗଛ ଲଗାଯିବ ।ସେହିଭଳି ନିମାପଡ଼ା – ବଳଙ୍ଗା ରାସ୍ତାର ଅମଲାପଡା ଠାରୁ ଜେଲ ଗୃହ ପର୍ଯ୍ୟନ୍ତ ଓ ମହାବୀର ମନ୍ଦିର ଠାରୁ ପିପିଲି – କୋଣାର୍କ ରାସ୍ତାକୁ ଟ୍ରକ ଆସୋସିଏସନ ଛକ ନିକଟରେ ସଂଯୋଗ କରୁଥିବା ରାସ୍ତାର ନବିକରଣ କାର୍ଯ୍ୟର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।ଏହି ରାସ୍ତା ପାଇଁ ୪ କୋଟି ୭୩ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷା ସସ୍ମିତା ସାହୁ , ଉପାଧ୍ୟକ୍ଷ ସନ୍ତୋଷ ଦାଶ, ବିଜେଡି ବ୍ଲକ ଉପସଭାପତି ଅରୁଣ ପ୍ରସାଦ ଦାସ ,ସମ୍ପାଦକ ସନ୍ତୋଷ ଓଝା ,କାଉନସିଲର ଧନୁର୍ଦ୍ଧର ଦାସ ,ପୂର୍ତ୍ତ ବିଭାଗ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କୁଶାଲ ହେମ୍ରମ ,ସହକାରୀ ଯନ୍ତ୍ରୀ ଦିଲ୍ଲୀପ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ