ରାଇରଙ୍ଗପୁରରେ ମାଲକାନଗିରି ସାହିତ୍ୟ ସଂସଦ `ମାଟିଲଗ୍ନା ´ ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ସାହିତ୍ୟ ସମ୍ମିଳନୀ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ରାଇରଙ୍ଗପୁର ପିସିଏମ କଲ୍ୟାଣ ଭବନ ପରିସରରେ ୮୦୦ କିମି ଦୂର ମାଲକାନଗିରି ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ମାଟିଲଗ୍ନା’ ଆନୁକୁଲ୍ୟରେ ଏକ ରାଜ୍ୟ ସ୍ତରୀୟ ସାହିତ୍ୟ ସମ୍ମିଳନୀ ଏବଂ ସମ୍ବର୍ଦ୍ଧନା ଉତ୍ସବ ସଭାପତି କିଶୋର‌ଚନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମାଲକାନଗିରି ସାହିତ୍ୟ ସଂସଦ `ମାଟିଲଗ୍ନା´ ତରଫରୁ ରାଜ୍ୟସ୍ତରୀୟ ସାହିତ୍ୟ ସମ୍ମିଳନୀ ଓ ସମ୍ବର୍ନ୍ଧନା ଉତ୍ସବ କିଶୋର ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି |ଏଥିରେ ମୁଖ୍ୟ ଅତିଥି ଭାବେ ରସାନନ୍ଦ ଲେଙ୍କା,ମୁଖ୍ୟ ବକ୍ତା ଡଃ ରୁକ୍ମିଣୀ ସାହୁ ,ସମ୍ମାନିତ ଅତିଥି ରାଧାଶ୍ୟାମ ପାତ୍ର,ମନୋଜ ଦାସ,ଡଃ ପୁଷ୍ପା ପାତ୍ର,ମିନତି ଦାସ,ଡଃ ଶ୍ୟାମସୁନ୍ଦର ଦାସ ଓ ଉଷାରାଣୀ ଶତପଥୀ ପ୍ରମୁଖ ଯୋଗଦେଇଥିବା ବେଳେ ପ୍ରତିମା ମହାରଣା,ସରସ୍ବତୀ ବାରିକ,ଡଃ ଦିଗମ୍ବର ଗିରି,ତିମିରରଂଜନ ପଣ୍ଡା,ବିଜୟ ରାମ,ରଂଜନ କୁମାର ନନ୍ଦ ଓ ମିଲନ ମହାନ୍ତ ପ୍ରମୁଖ ସହଯୋଗକରିଥିଲେ |ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ମାଲକାନଗିରି ମାଟିଲଗ୍ନା ସାହିତ୍ୟ ସଂସଦ ର ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା |ଏହି ଅବସରରେ ପୁସ୍ତକ ଉନ୍ମୋଚିତ ସହ କବିତା ଆସର ହୋଇଥିଲା |ରାଇରଙ୍ଗପୁର ସହରର ସମେତ ଜିଲ୍ଲା ବାହାର ଭଦ୍ରକ,ବାଲେଶ୍ବର,କଟକ,ରାଉରକେଲା,ଗଞ୍ଜାମ ପ୍ରଭୃତି ଅଂଚଳରେ ୪୫ ରୁ ଉର୍ଦ୍ଧ୍ବ ବହୁ,କବି, କବୟିତ୍ରୀ ସାହିତ୍ୟିକ,,ଲେଖକ,ପ୍ରାବନ୍ଧିକ, ଯୋଗଦେଇ ସ୍ବରଚିତ କବିତା ପାଠ କରିଥିଲେ ।ଏଭଳି ରାଜ୍ୟ ସ୍ତରୀୟ ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିବାରୁ ସାହିତ୍ୟ ପ୍ରେମୀଙ୍କ ମଧ୍ୟରେ ବହୁତ ଆନନ୍ଦ ଓ ଉତ୍ସାହ ସୃଷ୍ଟି ହୋଇଥିଲା । ରାଇରଙ୍ଗପୁର ରେ ଏହି ସାରସ୍ଵତ ସମ୍ମିଳନୀ ପାଇଁ ଅକୁଣ୍ଠ ସାହାଯ୍ୟ ଓ ସହଯୋଗ ମିଳିଥିବାରୁ ମାଟିଲଗ୍ନାର ଅଧ୍ୟକ୍ଷ କିଶୋର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ