ଅର୍ଥମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଟ୍ବିଙ୍କଲ୍‌

ମୁମ୍ବାଇ : ଚର୍ଚ୍ଚାରେ ଅଭିନେତ୍ରୀ ଟ୍ବିଙ୍କିଲ ଖାନ୍ନା । ବହୁ ଦୂରରେ ରହିଛନ୍ତି ହେଲେ ସେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ସାରା ଦେଶରେ ପିଆଜର ଦରବୃଦ୍ଧିକୁ ନେଇ ସେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣଙ୍କୁ ଟାର୍ଗେଟ କରିଛନ୍ତି। ନିକଟରେ ସେ ଏକ ଓ୍ବେବସାଇଟ୍ ପାଇଁ ଲେଖିଥିବା ବ୍ଲଗରେ ଉଲ୍ଲେଖ କରିଛନ୍ତି, ଅର୍ଥମନ୍ତ୍ରୀ ପିଆଜ ବଦଳରେ କାନ୍ଦା ଭାଜିଆ(ପିଆଜ ପକୁଡି) ଖାଇବାକୁ କହି ନାହାନ୍ତି। ଟ୍ବିଙ୍କିଲ ପିଆଜକୁ ଦାମୀ ଫଳ ଆଭାକାଡୋ ସହ ତୁଳନା କରିଛନ୍ତି। ଏହାସହ ସେ ବିନା ପିଆଜରେ ପ୍ରସ୍ତୁତ ୫ଟି ରେସିପି ମଧ୍ୟ ଶେୟାର କରିଛନ୍ତି। ଏଥିରେ ରହିଛି ପାଓ ଭାଜି, ଚିକେନ କରି, ରାଜମା, ବାଇଗଣ ଭର୍ତ୍ତା ଓ ମଟନ କରି। ନିକଟରେ ଅର୍ଥମନ୍ତ୍ରୀ କହିଥିଲେ ଯେହେତୁ ସେ କମ୍ ପିଆଜ ଖାଆନ୍ତି ତେଣୁ ଏହି ଦରବୃଦ୍ଧି ତାଙ୍କ ଉପରେ ବା ତାଙ୍କ ପରିବାର ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ