ଯାତ୍ରା ଜଗତର ଦୁର୍ଦ୍ଧାନ୍ତ ଖଳନାୟକ ପ୍ରଦୀପ ଜୀବନ୍ତ ଅଭିନୟ ଲାଗି ଚର୍ଚ୍ଚାରେ
ଗଞ୍ଜାମ, (ବିନୋଦ ପଲାଇ):ଯାତ୍ରା ଜଗତର ନୂତନ ଚର୍ଚ୍ଚିତ ଚେହେରା ତଥା ଦୁର୍ଦ୍ଧାନ୍ତ ଖଳନାୟକ ପ୍ରଦୀପ କୁମାର ପଣ୍ଡା। ଗଞ୍ଜାମ ଜିଲ୍ଲାର ଦଣ୍ଡନାଟ ଯାତ୍ରାରେ ତାଙ୍କ ନିଖୁଣ, ଜୀବନ୍ତ ଅଭିନୟ ପାଇଁ ଚର୍ଚ୍ଚାରେ ପ୍ରଦୀପ। ଗଂଜାମ ସହରର ଦୂର୍ଗାଦେବୀ ସାହି ବାସିନ୍ଦା ପ୍ରଦୀପ ପେସାରେ ଜଣେ ସାମ୍ବାଦିକ। ନିଶା ତାଙ୍କ ଅଭିନୟ।ଗଂଜାମ ଜିଲ୍ଲା ଛତ୍ରପୁର ବ୍ଲକର କମାପଲ୍ଲୀର ମାଁ ଶାମାକାଳୀ ଦଣ୍ଡନାଟ ପୁଞ୍ଜାରେ ଅଭିନୟ କରୁଛନ୍ତି। ଉକ୍ତପୁଞ୍ଜରେ ବରିଷ୍ଠ ନିର୍ଦେଶକ ଅଧ୍ୟାପକ ଡ଼. ଗୌରୀଶଙ୍କର ଶତପଥୀଙ୍କ ନିର୍ଦେଶନାରେ ସାମାଜିକ ନାଟକ” ବଡ଼ ଆଶା ମୋର ସରଦାବାଲି ” ରେ ଖଳନାୟକ ଭାବେ ବିରେନ୍ଦ୍ର ପାଟ୍ଟଯୋଶୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଜଣେ ଦୁର୍ଦ୍ଧାନ୍ତ ଖଳନାୟକ ସହ ମଦ ବ୍ୟବସାୟୀ ର ଚରିତ୍ରରେ ଏପରି ନିଖୁଣ ଅଭିନୟ କରି ଭୂମିକାକୁ ଜୀବନ୍ତ ରୁପ ଦେଉଛନ୍ତି। ସେ ମଞ୍ଚ ଉପରକୁ ଆସିବା ମାତ୍ରେ ଲୋକଙ୍କ ପ୍ରଶଂସା ସାଉଁଟିବା ସହ ଆକ୍ରୋଶର ଶିକାର ମଧ୍ଯ ହେଉଛନ୍ତି। ମଞ୍ଚର ଦୁର୍ଦ୍ଧାନ୍ତ ଖଳନାୟକ ପ୍ରଦୀପ ବାସ୍ତବରେ ଶାନ୍ତ ,ଶିଷ୍ଟ ଓ ମିଷ୍ଟାଭାସି ସାମ୍ବାଦିକ ରୂପେ ପରିଚିତ। ଗଞ୍ଜାମ ସହରରେ ଯାତ୍ରା ଚାଲିଥିବା ସମୟରେ ତାଙ୍କ କଳା ନୈପୁଣ୍ଯତାର ପରିଚୟ ଦେଇଥିଲେ। ଅନେକ ତାଙ୍କ କଳାର ଭୂୟସୀ ପ୍ରଶଂସା କରିଥିଲେ। ଆମ ପ୍ରତିନିଧି ତାଙ୍କ ସହ ଭେଟି କିଛି କଥା ସାଉଣ୍ଟିଥିଲେ। ପିଲାବେଳୁ ଅଭିନୟରେ ଦୁର୍ବଳତା ଥିବା ବେକେ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ବିଭିନ୍ନ ଉତ୍ସବ ଅଭିନୟ କରିଥିଲେ। ପରେ ୨୦୦୮ ମସିହାରେ ଗଂଜାମ ଏନଏସିରେ
ସ୍ୱାୟତ ଶାସନ ଦିବସରେ ଆଡଭୋକେଟ ପଙ୍କଜ ବାରିକଙ୍କ ନିର୍ଦେଶନାରେ ” ଫୁଲ ବଉଳ ବେଣୀ ” ରେ ପ୍ରଥମେ ଖଳନାୟକ ଭୂମିକାରେ ମଞ୍ଚରେ ଅଭିନୟ ଆରମ୍ଭ କରିଥିଲେ। ପରେ ସହର ଓ ଆଖିପାଖ ଅଞ୍ଚଳରେ ବିଭିନ୍ନ ମଞ୍ଚରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ। ଵିଶେଷକରି ” ଫଗୁଣ ଦେଇଛି ପହିଲି ଚିଠି, ଖରାପ ଝିଅର ଗପ, ରାମ ବନବାସ କାହାଣି ଶେଷ ” ବହିରେ ତାଙ୍କର ସ୍ୱତନ୍ତ୍ର ପରିଚୟ ଦେଇଥିଲା। ଏବେ ପାଞ୍ଚବର୍ଷ ଧରି କମାପଲ୍ଲୀ ଦଣ୍ଡକାଳି ଯାତ୍ରାରେ ଅଭିନୟ କରିଆସୁଛନ୍ତି। ଅତୀତରେ ତାଙ୍କର ଅଭିନୟ ଦେଖି କଟକ ର ଅପେରା ଅଭିନୟ କରିବା ପାଇଁ ସୁଯୋଗ ଦେଇଥିଲେ ମଧ୍ୟ ଗୋଟେ ପୁଅ ହୋଇଥିବାରୁ ପରିବାର ଲୋକେ ରାଜିହୋଇନଥିଲେ। ମଞ୍ଚଉପରକୁ ଆସିବା ମାତ୍ରେ ଦର୍ଶକଙ୍କ ଏପରି ଆକ୍ରୋଶ ହେବା ତାଙ୍କ ପାଇଁ ଶ୍ରେଷ୍ଠ ପୁରସ୍କାର କହିଛନ୍ତି। ଏହା ଭଗବାନଙ୍କ ଆଶୀର୍ବାଦ ଓ ଦର୍ଶକଙ୍କ ଭଲପାଇବା ଏପରି ମାରିବା ପର୍ଯ୍ୟନ୍ତ ରହୁବୋଲି କହିଛନ୍ତି