ଅଷ୍ଟମ ବୈଶାଖୀ ମହୋତ୍ସବ ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା):ଈଶାଣୀ ଲବଣ ସତ୍ୟାଗ୍ରହ ସ୍ମାରକୀ ଷ୍ଟାଡିୟମ୍‌ରେ ବୈଶାଖୀ ମହୋତ୍ସବର ଅଷ୍ଟମ ସଂସ୍କରଣକୁ ଜିଲାପାଳ ଦତାତ୍ରୟ ଭାଓସାହେବ ଶିନ୍ଧେ ଉଦଘାଟନ କରିଥିଲେ । ଉତ୍ସବ କମିଟି ସଭାପତି ଆଇନଜୀବୀ ଅଶୋକ କୁମାର ସେନାପତିଙ୍କ ଅଧ୍ୟକ୍ଷତାରେ ତଥା କାର୍ଯ୍ୟକାରୀ ସଭାପତି କବି ଶ୍ରୀଦେବଙ୍କ ସଂଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ କବି ପ୍ରଶାନ୍ତ ଦାସ ଯୋଗଦେଇ ଏଭଳି ମହୋତ୍ସବ ଗ୍ରାମାଞ୍ଚଳ ଲୋକମାନଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିପାରିବ ବୋଲି ମତବ୍ୟକ୍ତ କରିଥିଲେ । ଉଦଘାଟନ ସଂଧ୍ୟାରେ ସାଧାରଣ ସଂପାଦକ ଭାଗବତ ସାହୁ ବିବରଣୀ ପାଠ କରିଥିବା ବେଳେ ଉପ-ସଭାପତି ସନାତନ ବେହେରା ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପୁରୀର ଗୋଟିପୁଅ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା । ସେହିଭଳି ବୈଶାଖୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବ ‘ରେବତୀ’ର ସଂପାଦିକା ସମାଜସେବୀ ସୁବାସିନୀ ଜେନା ଯୋଗଦେଇ ବ୍ୟାସକବି ଫକୀରମୋହନଙ୍କ ଜନ୍ମମାଟିରେ ହିଁ କେବଳ ସଂହତିର ସ୍ୱପ୍ନ ଦେଖି ଗ୍ରାମାଞ୍ଚଳରେ ମୈତ୍ରୀ ସୃଷ୍ଟି କରାଯାଇପାରେ ବୋଲି ମତ ପ୍ରକାଶ କରିଥିଲେ । ଏହି ଦ୍ୱିତୀୟ ସନ୍ଧ୍ୟାର ନାରୀମାନଙ୍କୁ ଉତ୍ସର୍ଗିତ ମଂଚକୁ ବୈଶାଖୀ ମହୋତ୍ସବର ଉପ-ସଭାନେତ୍ରୀ ସାରିକା କର ଅଧ୍ୟକ୍ଷତା କରିଥିଲେ । ମୁଖ୍ୟବକ୍ତା ଭାବେ ପୌରାଧ୍ୟକ୍ଷା ସବିତା ସାହୁ ଯୋଗଦେଇ କଳା ସଂସ୍କୃତି ଉଜ୍ଜୀତ ରଖିବାରେ ଉତ୍ସବ କମିଟି ଦୀର୍ଘ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା, ଜିଲା ପରିଷଦ ସଦସ୍ୟା ସୋନାଲି ବିଶ୍ୱାଳ, ବୈଦ୍ୟୁତିକ ଗଣମାଧ୍ୟମ ସାମ୍ବାଦିକା ସୁମନା ପରିଡ଼ା ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ବରିଷ୍ଠ ସଦସ୍ୟା ମମତା ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ୧୦ ତାରିଖରୁ ଆରମ୍ଭ ହୋଇଥିବା ଉତ୍ସବରେ ପ୍ରତିଦିନ ସନ୍ଧ୍ୟାରେ ଓଡ଼ିଶାର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ, ଅଭିନେତା, ଅଭିନେତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷିତ ହେଉଛି । ଆଗାମୀ ୧୪ ତାରିଖ ବୈଶାଖୀ ମହୋତ୍ସବର ଅନ୍ତିମ ସନ୍ଧ୍ୟା ଓ ବିଶାଳ ଉଡ଼ାଯାତ୍ରା ଅନୁଷ୍ଠିତ ହେବ ବୋଲି କମିଟି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ