କନ୍ଧମାଳ ଜିଲ୍ଲାରେ ଆଠଟି ଏକଲବ୍ୟ ବିଦ୍ୟାଳୟ ସ୍ଥାପନ ହେବ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଞ୍ଜୁର ହେଇଥିବା ଆଠଟି ଏକଲବ୍ୟ ଆବାସିକ ବିଦ୍ୟାଳୟ ଖୁବ୍ ଶିଘ୍ର ଭିତ୍ତପ୍ରସ୍ତର ଦେବା ପାଇଁ କେନ୍ଦ୍ର ଅନୁସୂଚୀତ ଜନଜାତି ମନ୍ତ୍ରୀ ବିଶ୍ୱେଶ୍ଵର ଟୁଡୁ ଙ୍କ ନିକଟରେ ଦାବୀ କରିଛନ୍ତି ବାଲିଗୁଡ଼ା ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ। ଜିଲ୍ଲାରେ ବସବାସ କରୁଥିବା ଅନୁସୂଚିତ ଜନଜାତି ଓ ଜାତି ଛାତ୍ରଛାତ୍ରୀ ମାନଙ୍କୁ ସର୍ବଭାରତୀୟ ସ୍ତରରେ ସମକକ୍ଷ ହେବା ନେଇ କେନ୍ଦ୍ର ସରକାର ସିବିଏସଇ ପାଠ ପଢିବା ସହ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇ କୃତକାର୍ଯ୍ୟ ହେବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ଅନୁସୂଚିତ ଜନଜାତି ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ସ୍ଥାନ ମାନଙ୍କ ରେ ଏକଲବ୍ୟ ଆବାସିକ ବିଦ୍ୟାଳୟ ମାନ ସ୍ଥାପନ କରାଯାଉଛି। ସେଥି ମଧ୍ୟରୁ କନ୍ଧମାଳ ଜିଲ୍ଲାରେ ଆଠ ଟି ସ୍ଥାନରେ ଏକଲବ୍ୟ ଆବାସିକ ବିଦ୍ୟାଳୟ ଖୋଲିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେଥି ମଧ୍ୟରେ ତୁମୁଡ଼ିବନ୍ଧ ବ୍ଲକ ର ଏକଲବ୍ୟ ଆବାସିକ ବିଦ୍ୟାଳୟ ଟି ଭିତ୍ତପ୍ରସ୍ତର ଦିଆଯାଇଥିବା ବେଳେ କୋଟଗଡ, କ.ନୂଆଗାଁ ବ୍ଲକର ସାରଙ୍ଗଗଡ, ଜି.ଉଦୟଗିରୀ, ଦାରିଙ୍ଗବାଡି, ରାଇକିଆ, ଟିକାବାଲି ଓ ଫୁଲବାଣୀ ଏହି ସାତଟି ଖୁବ ଶିଘ୍ର ଭିତ୍ତିପ୍ରସ୍ତର କରି କାର୍ଯ୍ୟ ଆରମ୍ଭ କରିବା ପାଇଁ ବାଲିଗୁଡ଼ା ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ଦିଲ୍ଲୀ ଯାଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଟୁଡୁ ଙ୍କ ନିକଟରେ ଦାବୀ କରିଛନ୍ତି । ଶ୍ରୀ ଟୁଡୁ ଚଳିତ ମାସ ଶେଷ ସପ୍ତାହ ରେ କନ୍ଧମାଳ ଗସ୍ତ କରିବା ସହ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦନ ହୋଇଥିବା ଉକ୍ତ ସାତଟି ଏକଲବ୍ୟ ଆବାସିକ ବିଦ୍ୟାଳୟର ଭୂମି ପୂଜନ କାର୍ଯ୍ୟ ଓ ଭିତ୍ତପ୍ରସ୍ତର ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି ବୋଲି ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ