ମହର୍ଷି ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ଦକ୍ଷତା ବିକାଶ ପ୍ରଦର୍ଶନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାର ସୁନାମଧନ୍ୟ ମହର୍ଷି ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଆଇକ୍ୟୁଏସି ବିଭାଗ ଦ୍ୱାରା ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ପ୍ରିନ୍ସିପାଲ ଶ୍ରୀଯୁକ୍ତ ପତିତପାବନ ସ୍ୱାଇଁ, ଜୁନିଅର କଲେଜ ପ୍ରିନ୍ସିପାଲ ଶ୍ରୀମତୀ ଗୀତାଶ୍ରୀ ମିଶ୍ର, ମହାତ୍ମାଗାନ୍ଧୀ ନ୍ୟାସନାଲ କାଉନସିଲ ଫର୍ ରୁରାଲ ଏଜୁକେସନର କର୍ମକର୍ତ୍ତା ମୋନା ଚକ୍ରବର୍ତ୍ତୀ ଓ ‘କସ୍ତୁରୀ’ର ପ୍ରତିଷ୍ଠାତା ତଥା ସମ୍ପାଦକ ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ନାୟକ (ରାଜା)ଙ୍କ ଦ୍ୱାରା ଉଦ୍‌ଘାଟନ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟର ଅନେକ ଛାତ୍ରୀ ଭାଗନେଇ ସେମାନଙ୍କର ଦକ୍ଷତା ପ୍ରତିପାଦନ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ଆଇକ୍ୟୁଏସି ସଂଯୋଜିକା ଓ ୟୁଥ ରେଡ଼କ୍ରସର କାଉନସେଲର ଶ୍ରୀମତୀ ପ୍ରଜ୍ଞା ମହାନ୍ତି । କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ରେଡ଼କ୍ରସ ଓ ଏନ୍‌ଏସ୍‌ଏସ୍‌ର ଭଲ୍ୟୁଣ୍ଟାର ମାନେ । ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏନ୍‌ଏସ୍‌ଏସ୍‌ର କୋଅଡ଼ିନେଟର ଶ୍ରୀମତୀ ସୋମିଲା ଦାସ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରୀମାନେ ଉପସ୍ଥିତ ଥିଲେ । ଆସନ୍ତା ମେ ମାସରେ ଛାତ୍ରୀମାନେ ହେବାକୁ ଯାଉଥିବା ରକ୍ତଦାନ ଶିବିରରେ ଯେଉଁ ଛାତ୍ରୀମାନେ ସ୍ୱଇଚ୍ଛାରେ ରକ୍ତଦାନ ଭଳି ମହାନ୍ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ସେମାନେ ଶ୍ରୀମତୀ ପ୍ରଜ୍ଞା ମହାନ୍ତିଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ