ନୋଳିଆନୂଆ ଗାଁ ରେ ସ୍ୱାସ୍ଥ୍ୟ ମେଳା

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଦ୍ୱାରା ଜାତୀୟ ସ୍ୱାସ୍ଥ୍ୟ ମିଶନ ର ଆୟୁଷମାନ ଭାରତ ଯୋଜନା ଅନୁଯାୟୀ ନୋଳିଆନୁଆଁଗାଁ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ରେ ଡା ସୋମ୍ୟାକାନ୍ତ ମହାପାତ୍ର ଓ ଡା ତପସ୍ୱିନୀ ପାତ୍ର ଙ୍କ ନିର୍ଦ୍ଦେଶ ଓ ତତ୍ୱବଧାନ କ୍ରମେ ଏକ ସ୍ୱାସ୍ଥ୍ୟ ମେଳା ର ଆୟୋଜନ ହୋଇଥିଲା।୧୦୯ ଜଣ ଙ୍କୁ ଉକ୍ତ ଶିବିର ରେ ପଞ୍ଜିକୃତ କରାଯାଇଥିଲା।ପଞ୍ଜିକରଣ, ଔଷଧ ବିତରଣ, ନିଦାନ, ଟୀକାକରଣ, ଯୋଗ ଶିବିର, ଯକ୍ଷ୍ମା ଓ କୁଷ୍ଠ ଉପରେ ସଚେତନତା, ଅଣସଂକ୍ରମଣ ରୋଗ ସର୍ବେକ୍ଷଣ, ଆଭା ଆଇ.ଡି ପଞ୍ଜିକରଣ, ଇ ସଂଜୀବନୀ, ଓ ପରିବାର କଲ୍ୟାଣ ନିୟୋଜନ ସହ ଆଈ. ଈ. ସି ଭଳି ବିଭିନ୍ନ କାର୍ଯ୍ୟକ୍ରମ ର ଆୟୋଜନ ହୋଇଥିଲା।ସଞ୍ଜୟ ସ୍ୱାଇଁ, ରଞ୍ଜନ ରାଉଳ, ବଙ୍କିମ ଚନ୍ଦ୍ର ମିଶ୍ର, ପିଙ୍କି ସାହୁ, କାମିନୀ ବେହେରା, ଟି. ପଦ୍ମଜା, ତାରା ପଣ୍ଡା, ସିପ୍ରାଲିଂନ ଦାସ, ସ୍ୱାଗତିକା ମାଝୀ, ସୂର୍ଯ୍ୟ କୁମାରୀ ଦେବୀ, ଜ୍ୟୋସ୍ନାରାଣୀ ବେହେରା,ଜ୍ୟୋତିମାଲା ସାହୁ ସହ ଯୋଗ ଗୁରୁ ଲିପକ ସାହୁ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବରୁଣ କୁମାର ପାଣିଗ୍ରାହୀ, ସୀମାଞ୍ଚଳ ପ୍ରଧାନ ଓ ପୂର୍ଣ୍ଣଚନ୍ଦ୍ର ବେହେରା ସମ୍ପୂର୍ଣ କାର୍ଯ୍ୟକ୍ରମ କୁ ପର୍ଯ୍ୟବେକ୍ଷଣ କରିଥିଲେ। ଦୀର୍ଘ ୨ ବର୍ଷ ହେଲା କାୟାକଳ୍ପ ରେ ପୁରସ୍କୃତ ଏହି ଆରୋଗ୍ୟ କେନ୍ଦ୍ର ରେ ଏହା ପ୍ରଥମ ସ୍ୱାସ୍ଥ୍ୟ ଶିବିର ର ଆୟୋଜନ ରେ ଜନସାଧାରଣ ଉତ୍ସାହିତ ର ସହ ସମସ୍ତ ସ୍ୱାସ୍ଥ୍ୟ କର୍ମୀ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ