ଶାନ୍ତି ସେବା ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଲିଲା ଜଳଛତ୍ର

ହାଟଡ଼ିହି, (ବିକାଶ ବିଶ୍ୱାଳ):ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶାନ୍ତି ସେବା ଟ୍ରଷ୍ଟ ପକ୍ଷରୁ ଶାଳଣିଆଁ, ଶାଳକଣିଆ, ଓରାଳି ଛକ ପ୍ରଭୃତି ସ୍ଥାନ ମାନଙ୍କରେ ଜଳଛତ୍ର ଖୋଲାଯାଇଛି । ବିଶେଷକରି ଗତ କିଛିଦିନ ହେଲା ଉତ୍ତାପ ୪୦ଡିଗ୍ରୀ ଉପରେ ରହୁଥିବାରୁ ପଥଚାରୀ ମାନଙ୍କ ତୃଷ୍ଣା ମେଣ୍ଟାଇବା ଲକ୍ଷରେ ଏହି ଜଳଛତ୍ର ଖୋଲାଯାଇଛି । ସେହିପରି ଭୁଇଁପୁର ସ୍ଥିତ ମା ମଙ୍ଗଳଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଦହିପଣା ଓ ଥଣ୍ଡା ବଣ୍ଟନ କରାଯାଇଥିଲା । ସଂଗଠନର ପ୍ରତିଷ୍ଠାତା ଦିଲ୍ଲିପ କୁମାର ମଲ୍ଲିକଙ୍କ ନେତୃତ୍ୱରେ ସଂଗଠନର ସମ୍ପାଦକ ନିରାକାର ସାମଲ, ଅଜୟ କୁମାର ଜେନା, ଶିବବ୍ରତ ପଣ୍ଡା, ତପନ କୁମାର ବଳ, ମନୋଜ ସ୍ୱାଇଁ, ସତ୍ୟରଞ୍ୟ୍ଜନ କର, ଭାଗିରଥି ନାୟକ ପ୍ରମୁଖ ଉପସ୍ଥିତ ରହି ଏହି ଜଳଛତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ