ବୃଦ୍ଧା ପିତାମାତାଙ୍କୁ ପୁଅ ମାଡମାରି ଘରୁ ତଡିଦେଇଥିବା ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତର ମରଡପୁର ଗ୍ରାମର ୭୦ବର୍ଷର ବୃଦ୍ଧ ତ୍ରିଲୋଚନ ସ୍ୱାଇଁ ଓ ତାଙ୍କ ପତ୍ନୀ ୬୫ବର୍ଷର ବୃଦ୍ଧା ଅଗଣୀ ସ୍ୱାଇଁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଜ୍ୟେଷ୍ଠପୁତ୍ର ଶରତ ଚନ୍ଦ୍ର ସ୍ୱାଇଁ ସେମାନଙ୍କୁ ଭୁଲାଇ ତାଙ୍କ ନାମରେ ଥିବା ସମ୍ପତ୍ତିକୁ ନିଜ ନାମରେ କରାଇନେବା ପରେ ଉଭୟ ପିତାମାତାଙ୍କୁ ମାଡମାରି ଘରୁ ତଡିଦେଇଛନ୍ତି । ଶରତଙ୍କ ପତ୍ନୀ ତଥା ତାଙ୍କ ବଡବୋହୁ ମଧ୍ୟ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିବା ନେଇ ଅଭିଯୋଗ ହୋଇଛି । ଏସମ୍ପର୍କରେ ସେମାନେ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ କରିବା ପରେ ଗତ ୧୨ତାରିଖରେ ଥାନା କେଶ ନମ୍ବର – ୩୧୭/୨୦୨୩ରେ ଆଇ.ପି.ସି.ର ୩୪୧, ୨୯୪, ୩୨୩, ୩୭୯, ୪୧୭, ୫୦୬, ୩୪ ଓ ମେଣ୍ଟେନାନ୍ସ ଆଣ୍ଡ ୱେଲଫେୟାର ଅଫ ପ୍ୟାରେଣ୍ଟସ ଆଣ୍ଡ ସିନିଅର ସିଟିଜେନସ ଆକ୍ଟ ୨୦୦୭ର ୨୪ଦଫା ଅନୁଯାୟୀ ଏକ ମାମଲା ଦାୟର ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ ପୋଲିସ କୈାଣସି ପଦକ୍ଷେପ ଗ୍ରହଣ କରିନଥିବା ସେମାନେ ଅଭିଯୋଗ କରିଛନ୍ତି । ଥାନାରେ ମାମଲା ହେବା ପରେ ପୁନର୍ବାର ଉଭୟ ପିତାମାତାଙ୍କୁ ଶରତ ମରଣାନ୍ତଙ୍କ ଆକ୍ରମଣ କରିଥିବା ନେଇ ସେମାନେ ଅଭିଯୋଗ କରିବା ସହିତ ଉଭୟଙ୍କୁ ସୁରକ୍ଷା ପ୍ରଦାନ କରାଯିବାକୁ ସେମାନେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ