ପୈାରପରିଷଦ ପକ୍ଷରୁ ରଣପଡାରେ ଥଣ୍ଡାପାନୀୟ ପ୍ରକଳ୍ପ ଉଦଘାଟିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରପରିଷଦ ପକ୍ଷରୁ ସହରର ୧୩ନମ୍ବର ୱାର୍ଡ ଅନ୍ତର୍ଗତ ରଣପଡା ଠାରେ ଏକ ଥଣ୍ଡା ପାନୀୟ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି । ପୈାରାଧ୍ୟକ୍ଷା ସରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରକଳ୍ପର ଶୁଭ ଉଦଘାଟନ କରିଥିବା ବେଳେ ପୈାର ଉପାଧ୍ୟକ୍ଷା ଆକବରି ଖାତୁନ ଓ ସ୍ଥାନୀୟ କାଉନସିଲର ସେକ ଅସଲମ ପ୍ରମୁଖ ଉପସ୍ଥିତ ଥିଲେ । ବହୁଦିନ ଧରି ସେଠାରେ ଏକ ଥଣ୍ଡା ପାନୀୟ ପ୍ରକଳ୍ପ ସ୍ଥାପନା କରାଯିବାକୁ ଦାବି ହୋଇ ଆସୁଥିଲା । ଏହି ପ୍ରକଳ୍ପ ଉଦଘାଟନ ପରେ ସ୍ଥାନୀୟ ଜନସାଧାରଣ ପୈାରପରିଷଦକୁ ସାଧୁବାଦ ଜ୍ଞାପନ କରିଛନ୍ତି ।


