ତାରକେଶ୍ବର ମହାଦେବ ମନ୍ଦିରରେ କଳସ ସ୍ଥାପନ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ ତାରଣା ଗ୍ରାମ ବେହେରା ସାହି ସ୍ଥିତ ବାବା ତାରକେଶ୍ବର ମହାଦେବ ମନ୍ଦିରରେ ଚୂଡା କାର୍ଯ୍ୟ ସମ୍ପନ୍ନ ହୋଇଛି।ବାବା ତାରକେଶ୍ବର ମହାଦେବ ମନ୍ଦିର ପ୍ରତିଷ୍ଠାର ଦୀର୍ଘ ୭୪’ ବର୍ଷ ପରେ ବିଜୟ କୁମାର ବେହେରା’ଙ୍କ ତତ୍ବାବଧାନରେ ସମବାର ଦିନ ମନ୍ଦିର ଚୁଡା କାର୍ଯ୍ୟ ଓ କଳସ ସ୍ଥାପନ ସମ୍ପନ୍ନ ହୋଇଛି। କଳସ ସ୍ଥାପନ ପୂର୍ବରୁ ପୁରୋହିତ ସୁବାଷ ଚନ୍ଦ୍ର ତ୍ରୀପାଠି ହୋମ ଓ ପୂଜା କାର୍ଯ୍ୟ ସମ୍ପନ୍ନ କରିଥିଲେ। ଏଥିରେ ସହଯୋଗ କରିଥିବା ବ୍ୟକ୍ତି ସର୍ବଶ୍ରୀ ତାରିଣୀ ବେହେରା, ମନୋଜ ବେହେରା, ସୁମନ୍ତ ବେହେରା, ସୁଶାନ୍ତ, କାଲ, ଦୂତ, ବୁଲୁ, ପଲୁ, ଅଞ୍ଜନ, ମଣ୍ଟୁ, ରାଜକିଶୋର, ଦିଲିପ, ଗୌରାଙ୍ଗ, ଗୁଠଲୁ, ଭଗବାନ ମାହାଲି, ବିଶ୍ବଜୀତ, ରାଜୁ, ଭୀମ, ରାମରାଇ, ଦିଗାମ୍ବର, ହିତେଶ, ସୋନୁ, ଜଗନ୍ନାଥ ମଣ୍ଡଳ, ପରିତୋଷ ମଣ୍ଡଳ, ଝୁନୁ ମଣ୍ଡଳ, ନରେଶ ମଣ୍ଡଳ, ବିକଶିତ ମଣ୍ଡଳ, ନିମାଇ ହେମ୍ବ୍ରମ, ଚୁନୁ ହେମ୍ବ୍ରମ, ଲକ୍ଷ୍ମଣ ମାଝୀ, ଆଭାସ୍ ବାବୁ, ପିତାମ୍ବର ମୁର୍ମୁ, ମାଇସା ମାହାଲି, ଅନୀଲ, ଜଗଦୀଶ, ସତ୍ୟ ନରାୟଣ, ରବି, ସାମ୍ବାଦିକ ବସନ୍ତ ସାଣ୍ଡିଲ, ଖେମରାଜ ପଲେଇ, ଅନୀଲ ମଣ୍ଡଳ, ପାର୍ବତୀ ମାହାଲି ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସମସ୍ତ ଭକ୍ତଗଣ’ଙ୍କୁ ପିତାମ୍ବର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ